ଭୁବନେଶ୍ୱର, ୩।୧୦: ମହାନଦୀ ବ୍ରିଜରେ ଅଟକିଲା ବସ୍। ଟଳିଗଲା ଏକ ବଡ଼ ବିପଦ। ଅଳ୍ପକେ ବର୍ତ୍ତିଗଲେ ୫୦ରୁ ଅଧିକ ଲୋକେ। ମଙ୍ଗଳବାର କଟକ ଜିଲା ବାଙ୍କୀ ନିକଟସ୍ଥ ଯାତମୁଣ୍ଡିଆ-ସୁବର୍ଣ୍ଣପୁର ବ୍ରିଜ ଉପରେ ଏହିଭଳି ଘଟଣା ଘଟିଛି।
ବସ୍ଟି ଅନୁଗୋଳରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।
ପ୍ରତ୍ୟକ୍ଷଦର୍ଶ କହିବା ସୂଚନା ଅନୁଯାୟୀ, ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହି ଦୁର୍ଘଟଣା ଘଟିଥିଲା। ତେବେ ଶେଷ ପର୍ଯ୍ୟନ୍ତ ବସ ଡ୍ରାଇଭରଙ୍କ ଉଦ୍ୟମ ଯୋଗୁ ଯାତ୍ରୀଙ୍କ ଜୀବନ ବଞ୍ଚିଗଲା।