Categories: ଜାତୀୟ

ଓଲଟିଲା ସ୍କୁଲ୍‌ ବସ୍‌: ୧୮ ଆହତ

ବେଙ୍ଗାଲୁରୁ,୧୫।୧୨: କର୍ନାଟକର ଶିବମୋଗ୍ଗା ଜିଲା ସାଗର ତାଲୁକର ତୁମାରି ନିକଟ ଭାକ୍କୋଡିରେ ଏକ ସ୍କୁଲ୍‌ ବସ୍‌ ଓଲଟି ପଡିଛି। ଫଳରେ ୧୮ ଜଣ ଛାତ୍ର ଏବଂ ତିନିଜଣ ଶିକ୍ଷକ ଆହତ ହୋଇଛନ୍ତି। ବସ୍‌ରେ ୪୭ ଜଣ ଛାତ୍ର ଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିିଛି। ତେବେ ସମସ୍ତ ଛାତ୍ର ମୈଶୁରୁ ଜିଲା ହନସୁର ତାଲୁକର ଧର୍ମପୁର ସରକାରୀ ଉଚ୍ଚ ବିଦ୍ୟାଳୟର ବୋଲି ଜଣାପଡିଛି।

Share