ଘାଟିରେ ଓଲଟିଲା ବସ୍‌, ଅଳ୍ପକେ ବଞ୍ଚିଲେ ଯାତ୍ରୀ

ପଟ୍ଟାଙ୍ଗି,୨୩।୮(ଶରତ ଧଳ): ମଙ୍ଗବଳାର ବିଳମ୍ବିତ ରାତିରେ ଓଏସ୍‌ଆରଟିସି ବସ୍‌ ଘାଟି ରାସ୍ତାରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବାବେଳେ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି ସମସ୍ତ ଯାତ୍ରୀ। ଏଭଳି ଘଟଣା କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ରାଲେଗଡା ଯୋଡିମାଦିଲି ଘାଟିରେ ଘଟିଛି । ସୂଚନା ମୁତାବକ, ଆନ୍ଧ୍ର ରାଜ୍ୟ ବିଶାଖାପାଟଣାରୁ କଳାହାଣ୍ଡି ଜିଲା ଭବାନୀପାଟଣା ଅଭିମୁଖେ ଯାଉଥିବା ବସ୍‌ ନଂ ଓଡି୦୮ଆର୍‌୧୯୫୧ବିଳମ୍ବିତ ରାତି ପ୍ରାୟ ୧.୩୦ରେରେ ଘାଟି ଚଡୁଥିବା ସମୟରେ ହଠାତ୍‌ ତଳକୁ ଗଢିବାରେ ଲାଗିଲା । ଡ୍ରାଇଭର ବ୍ରେକ୍‌ ମାରିଥିଲେ ମଧ୍ୟ ବସ୍‌ଟି ଅଟକି ନ ଥିଲା। ଯାହା ଦ୍ୱାରା ବସ୍‌ଟି ଡାହାଣ ଦିଗକୁ ରହିଥିବା ଏକ ବଡ଼ ଧରଣର ଖାଲକୁ ଖସିବା ପୂର୍ବରୁ ଡ୍ରାଇଭରର ଉପସ୍ଥିତି ବୁଦ୍ଧି ଯୋଗୁ ବସ୍‌ଟି ବାମ ଦିଗରେ ରହିଥିବା ପାହାଡକୁ ଧକ୍କା ଦେଇ ଜାତୀୟ ରାଜପଥ ଉପରେ ଓଲଟି ପଡିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ବସ୍‌ରେ ଥିବା ସମସ୍ତ ୩୮ଜଣ ଯାତ୍ରୀ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିବା ବେଳେ ଖବରପାଇ ସ୍ଥାନୀୟ ଥାନାଧିକାରୀ ଚତୁର୍ଭୁଜ ନାୟକ ନିଜ ସହ କର୍ମୀଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ଅନ୍ୟ ଏକ ବସ୍‌ ଯୋଗେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ପଠାଇବାରେ ବ୍ୟବସ୍ଥା
କରିଥିଲେ।

Share