ସ୍ବାଭାବିକ ହେଉନି ବସ୍‌ ସେବା: ୫୮ % ହ୍ରାସ ପାଇଲାଣି ପରିବହନ ଟିକସ

ଭୁବନେଶ୍ୱର,୧୦।୭(ବ୍ୟୁରୋ): ରାଜ୍ୟରେ ଯାତ୍ରୀ ପରିବହନ ସେବା ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇପଡିଛି। ଘରୋଇଠାରୁ ଆରମ୍ଭ କରି ସରକାରୀ ବସ୍‌ ସେବା ମଧ୍ୟ ଗୁରୁତର ପ୍ରଭାବିତ ହୋଇଛି। ଫଳରେ ବସ୍‌ ସେବା ସ୍ବାଭାବିକ ହୋଇପାରୁନି। କରୋନା ପ୍ରଭାବରେ ଏହି କ୍ଷେତ୍ର ଏକ ପ୍ରକାର ଭୁଶୁଡ଼ିବା ସ୍ତରକୁ ଚାଲିଯାଇଛି। ଯେଉଁ କେତେକ ରୁଟ୍‌ରେ ବସ୍‌ ଚାଲୁଛି ସେଥିରେ ମଧ୍ୟ ଯାତ୍ରୀ ହେଉ ନ ଥିବାରୁ ମାଲିକମାନେ ବହୁ କ୍ଷତି ସହୁଛନ୍ତି। ବିଭିନ୍ନ ଜିଲାରେ ହେଉଥିବା ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ବସ୍‌ ସେବାକୁ ଆହୁରି ବିପର୍ଯ୍ୟୟ ଆଡ଼କୁ ଠେଲି ଦେଇଛି। କେବଳ ବସ୍‌ ସେବା ନୁହେଁ, ପରିବହନ ବିଭାଗକୁ ମିଳୁଥିବା ମୋଟା ଅଙ୍କର ରାଜସ୍ବ ମଧ୍ୟ ଅଧାରୁ ଅଧିକ କମିଗଲାଣି।
ରାଜ୍ୟରେ ପ୍ରାୟ ୨ ହଜାରରୁ ଊର୍ଦ୍ଧ୍ୱ ସରକାରୀ ଓ ଘରୋଇ ବସ୍‌ ଚଳାଚଳ କରୁଛି। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ(ଓଏସ୍‌ଆର୍‌ଟିସି)ର ୪୦୦ ବସ୍‌ ଥିବା ବେଳେ ୧୪୦୦ ଘରୋଇ ବସ୍‌ ରାଜ୍ୟରେ ଚଳାଚଳ କରୁଥିଲା। ତେବେ କୋଭିଡ୍‌-୧୯ ଶଟ୍‌ଡାଉନ୍‌ ଯୋଗୁ ମାର୍ଚ୍ଚ ୨୨ରୁ ଏହି ବସ୍‌ ସେବା ପ୍ରାୟ ଅଢେଇ ମାସ କାଳ ବନ୍ଦ ରହିଥିଲା। ତେବେ ମେ ପହିଲାରୁ ବସ୍‌ ଚଳାଚଳ କରିବାକୁ ରାଜ୍ୟ ସରକାର ଅନୁମତି ଦେଇଥିଲେ। ସରକାରୀ ଓ ଘରୋଇ ବସ୍‌ ଚଳାଚଳ ଆରମ୍ଭ ହୋଇଥିଲେ ମଧ୍ୟ ତାହା ଆଉ ପୂର୍ବ ସ୍ଥିତିକୁ ଫେରି ପାରୁ ନାହିଁ। ବସ୍‌ରେ ଯାତ୍ରୀ ସେବା ଏକ ପ୍ରକାର ଠପ୍‌ ହୋଇଯାଇଛି। ବସ୍‌ରେ ୨୦ ପ୍ରତିଶତରୁ କମ୍‌ ଯାତ୍ରୀ ଯାତାୟାତ କରୁଛନ୍ତି। ମେ ଓ ଜୁନ୍‌ରେ ଓଏସ୍‌ଆର୍‌ଟିସି ୬୦ ବସ୍‌ ଚଳାଉଥିବା ବେଳେ ଜୁଲାଇରେ ୪୦କୁ ଖସି ଆସିଛି। ସେହିପରି ରାଜ୍ୟରେ ୧୪୦୦ ଘରୋଇ ବସ୍‌ ମଧ୍ୟରୁ ୭୦୦ ବସ୍‌ ଚଳାଚଳ କରୁଥିଲା। ଜୁଲାଇରେ ତାହା ୧୨୪କୁ ଖସିଆସିଛି। ଗଞ୍ଜାମ, ରାଉରକେଲା, କଟକ, କେନ୍ଦୁଝର, ସୁନ୍ଦରଗଡ଼ ଆଦି ଜିଲାରେ ଶଟ୍‌ଡାଉନ ଘୋଷଣା ହେବା ଦ୍ୱାରା ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଘରୋଇ ବସ୍‌ ମାଲିକମାନଙ୍କର ଅଭିଯୋଗ ଯେ ରାଜ୍ୟ ସରକାର ଶଟ୍‌ଡାଉନ୍‌ରେ ବସ୍‌ ଚଳାଇବାକୁ ଅନୁମତି ଦେଇଥିବା ବେଳେ ରାଜ୍ୟର କେଉଁ ଜିଲାରେ କେତେ ବେଳେ ଶଟ୍‌ଡାଉନ ହେଉଛି ତାହା ଜଣାପଡୁ ନାହିଁ। ସମ୍ପୃକ୍ତ ଜିଲାପାଳ କିମ୍ବା ତହସିଲଦାର ଏ ସମ୍ପର୍କରେ ବସ୍‌ ମାଲିକ ସଂଘକୁ କୌଣସି ସୂଚନା ଦେଉନାହାନ୍ତି। ଫଳରେ ବସ୍‌ଗୁଡିକ ଯାତ୍ରୀମାନଙ୍କୁ ନେଇ ବିଭିନ୍ନ ଜିଲାରେ ଫସି ରହୁଛନ୍ତି। କ୍ଷତିରେ ବସ୍‌ ଚଲାଉଥିବା ମାଲିକମାନେ ଏ ନେଇ ଆହୁରି ଅସୁବିଧାରେ ପଡୁଛନ୍ତ। କରୋନା ଭୟରେ ଯାତ୍ରୀମାନେ ବସ୍‌ରେ ଯିବାକୁ ଭୟ କରୁଥିବା ବେଳେ ଶଟ୍‌ଡାଉନ୍‌ ଯାତ୍ରୀ ସେବାକୁ ଗଭୀର ଭାବେ ପ୍ରଭାବିତ କରିଛି ବୋଲି ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି।
ଅନ୍ୟ ପକ୍ଷରେ ବସ୍‌ ଚଳାଚଳ ବନ୍ଦ ସାଙ୍ଗକୁ ଯାନବାହନ ଟିକସ ମଧ୍ୟ ଅଧାରୁ ଅଧିକ ଖସିଯାଇଛି। ନୂତନ ଯାନବାହନ ବିକ୍ରି ହ୍ରାସ ପାଇଥିବାରୁ ପଞ୍ଜୀକରଣ ଟିକସ ଠାରୁ ଆରମ୍ଭ କରି ରୋଡ୍‌ ଟ୍ୟାକ୍ସ ଆଦି କମିଯାଇଛି। ସୂଚନା ଅନୁଯାୟୀ ୨୦୨୦ ଏପ୍ରିଲରୁ ଜୁଲାଇ ୯ ତାରିଖ ମଧ୍ୟରେ ପରିବହନ ବିଭାଗକୁ ମିଳିଥିବା ଟିକସ ୫୮ ପ୍ରତିଶତ ହ୍ରାସ ପାଇଛି। ୨୦୧୯ ଏହି ସମୟରେ ଟିକସ ଆଦାୟ ୩୮୬ କୋଟି ଟଙ୍କା ହୋଇଥିବା ବେଳେ ଚଳିତ ବର୍ଷ ମାତ୍ର ୧୫୮ କୋଟି ହୋଇଛି। ଆଗକୁ ପରିସ୍ଥିତି ନ ସୁଧୁରିଲେ ଟିକସ ହାସ ପ୍ରକ୍ରିୟା ଜାରି ରହିବ ବୋଲି ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Gold Price Today: ଗୋଟିଏ ଝଟକାରେ ୧୮୦୨ ଟଙ୍କା ବଢିଗଲା ସୁନା ଦର

ନୂଆଦିଲ୍ଲୀ,୧।୪: ଡୋନାଲ୍ଡ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବା ପରେ, ସେୟାର ବଜାରରେ ଅସ୍ଥିରତା ଦେଖିବାକୁ ମିଳୁଛି। ଟ୍ରମ୍ପ ୨ ଏପ୍ରିଲରୁ ପାରସ୍ପରିକ ଶୁଳ୍କ...

ସ୍ବାମୀଙ୍କ ସାମ୍ନାରେ ମହିଳାଙ୍କୁ ଗଣବଳାତ୍କାର: ବିରୋଧ କରିବାରୁ…

ନାଳନ୍ଦା,୧।୪: ବିହାରରେ ଜଣେ ମହିଳାଙ୍କୁ ଗଣବଳାତ୍କାର କରାଯାଇଛି। ମହିଳା ଜଣକ ତାଙ୍କ ସ୍ବାମୀଙ୍କ ସହିତ ଏକ ବାଇକରେ ଜଣେ ସମ୍ପର୍କୀୟଙ୍କ ଘରୁ ଫେରୁଥିଲେ। ବାଟରେ ଦୁଇଜଣ...

Watch: ପ୍ରେମରେ ଉବୁଟୁବୁ ହାର୍ଦ୍ଦିକ ପାଣ୍ଡ୍ୟା: ଷ୍ଟାଡିୟମରେ ବସି ଚିୟର୍‌ କରୁଛନ୍ତି ଗର୍ଲଫ୍ରେଣ୍ଡ

ମୁମ୍ବାଇ,୧।୪: କୋଲକାତା ନାଇଟ ରାଇଡର୍ସକୁ ୮ ଉଇକେଟରେ ପରାସ୍ତ କରି ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ ଟେବୁଲରେ ଏକ ବଡ଼ ଲମ୍ଫ ମାରିଛି। ଦଳି ଦଶମ ସ୍ଥାନରୁ...

ବାଣ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ: ସ୍ଲାବ୍ ଭୁଶୁଡ଼ି ପଡ଼ିବାରୁ ୧୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧।୪: ମଙ୍ଗଳବାର ଗୁଜରାଟର ବନାସକାଣ୍ଠା ଜିଲାରେ ଏକ ବାଣ କାରଖାନାରେ ଅଗ୍ନିକାଣ୍ଡ ଘଟି ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନ୍ୟ ଚାରି ଜଣ...

୩ ଘଣ୍ଟା ପାଇଁ ବନ୍ଦ ରହିବ SBIରେ ଆକାଉଣ୍ଟ, ହେବନାହିଁ କୌଣସି ଡିଜିଟାଲ୍ କାରବାର

ନୂଆଦିଲ୍ଲୀ,୧।୪: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ SBIର କୋଟି କୋଟି ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର। ନୂତନ ଆର୍ଥିକ ବର୍ଷ ଆଜି ଅର୍ଥାତ୍...

ତାତି ନ ଥମୁଣୁ ପୁଣି କିଟ୍‌ ଛାତ୍ରଙ୍କ ମୃତ୍ୟୁ, ସନ୍ଦେହଜନକ ଭାବେ ମିଳିଲା ମୃତଦେହ

ଭୁବନେଶ୍ୱର,୧।୩: କିଟ୍‌ ତାତି ନ ଥମୁଣୁ ପୁଣି ଆଉ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସନ୍ଦେହଜନକ ପରିସ୍ଥିତିରେ ପୁଣି ଜଣେ ଛାତ୍ରଙ୍କ ମୃତଦେହ ଜବତ ହୋଇଛି।...

୪ରେ ପ୍ରତିବାଦ ସହ ବିଧାନସଭା ଘେରିବ ପିଏଚ୍‌ଆଇଇଭି

ଭୁବନେଶ୍ୱର,୧ା୪: ଭିନ୍ନକ୍ଷମ ଅନ୍ତର୍ନିବେସୀ ଶିକ୍ଷା ସ୍ବେଚ୍ଛାସେବୀ(ପିଏଚ୍‌ଆଇଇଭି)ଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ଥାୟୀ ନିଯୁକ୍ତି ଦିଆଯାଉ। ସମସ୍ତ ଭିନ୍ନକ୍ଷମ ଆଇଇଭିଙ୍କୁ ସିଏଲ୍‌, ଇଏଲ୍‌, ଏସିଏଲ୍‌...

ଦିଲ୍ଲୀରେ ପାଳନ ହେବ ‘ଓଡ଼ିଶା ପର୍ବ’: ଘୋଷଣା କଲେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା

ଭୁବନେଶ୍ୱର,୧।୪: ଉତ୍କଳ ଦିବସରେ ବଡ଼ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା। ଦିଲ୍ଲୀରେ ଓଡ଼ିଶା ପର୍ବ ଧୂମଧାମରେ ପାଳନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image