ଭୁବନେଶ୍ୱର ,୧୪।୩(ବ୍ୟୁରୋ): ରାଜ୍ୟରେ ବଢୁଛି ତାତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଗାଇଡ୍ଲାଇନ ଜାରି କରାଯାଇଛି । ତେବେ ଗାଇଡ୍ଲାଇନ ଅନୁଯାୟୀ, ରାଜ୍ୟରେ ଦିନ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସମସ୍ତ ବସ୍ ଚଳାଚଳ ବନ୍ଦ ରହିବ । ବସରେ ଅଧିକ ଗହଳି ନ କରିବାକୁ କୁହାଯାଇଛି। ସେହିପରି ବସଷ୍ଟାଣ୍ଡ୍ରେ ପାନୀୟ ଜଳ ବ୍ୟବସ୍ଥା ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ଏନଫୋର୍ସମେଣ୍ଟ ଟିମ୍ ଏହି ସବୁ ବ୍ୟବସ୍ଥାର ଅନୁଧ୍ୟାନ କରିବେ ।