ଜମି ଚିହ୍ନଟ ପରେ ବି ନିର୍ମାଣ ହେଉନି ବସ୍‌ଷ୍ଟାଣ୍ଡ

ବାରିପଦା ଅଫିସ,୨୧।୧୧- ପ୍ରମୁଖ ମୌଳିକ ସମସ୍ୟା ପ୍ରତି ଦୃଷ୍ଟି ଦିଆଯାଉ ନ ଥିବାରୁ ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ୪୪ବର୍ଷର ପୁରୁଣା ବସ୍‌ଷ୍ଟାଣ୍ଡ ଅବହେଳିତ ଅବସ୍ଥାରେ ପଡ଼ି ରହିଛି। ଦୀର୍ଘଦିନ ହେଲା ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଦାବି ହୋଇଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଫଳରେ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ବିପଦପୂର୍ଣ୍ଣ ରାସ୍ତାରେ ଯିବାଆସିବା କରୁଛନ୍ତି। ସହର ଉପକଣ୍ଠ ଦାରୋଗାଡାହି ଠାରେ ଜମି ଚିହ୍ନଟ ପରେ ବି ବସ୍‌ଷ୍ଟାଣ୍ଡ ନିର୍ମାଣ ହେଉ ନ ଥିବା ଜିଲା କଂଗ୍ରେସ ସଭାପତି ହେମନ୍ତ ଦାସ ଅଭିଯୋଗ କରିଛନ୍ତି। ତୁରନ୍ତ ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ ନ ହେଲେ ଆନ୍ଦୋଳନାମତ୍କ ପନ୍ଥା ଅବଲମ୍ବନ କରାଯିବ ବୋଲି ବିଭିନ୍ନ ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।
ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ସୀମାନ୍ତରେ ଥିବା ମୟୂରଭଞ୍ଜ ଜିଲା ସଦର ମହକୁମା ବାରିପଦାରେ ରହିଛି ଏହି ବସ୍‌ଷ୍ଟାଣ୍ଡ। ୨ଏକର ଜମି ମଧ୍ୟରେ ସୀମିତ ଥିବା ଏହି ବସଷ୍ଟାଣ୍ଡର ମାତ୍ର ୨୦ମିଟର ଦୂରରେ ଜିଲାପାଳଙ୍କ କାର୍ଯ୍ୟାଳୟ, କଚେରୀ ଓ ସ୍କୁଲ ରହିଥିବାରୁ ଉକ୍ତ ଅଞ୍ଚଳଟି ସବୁବେଳେ ଜନଗହଳିପୂର୍ଣ୍ଣ ରହିଥାଏ। ବାରିପଦାରୁ ପଡ଼ୋଶୀ ଜିଲା ଓ ରାଜ୍ୟକୁ ୨୫୦ରୁ ଊର୍ଦ୍ଧ୍ୱ ବସ୍‌ ଚଳାଚଳ କରୁଛି। କ୍ରମଶଃ ବସ୍‌ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବସ୍‌ଷ୍ଟାଣ୍ଡଟି ସଙ୍କୀର୍ଣ୍ଣ ହୋଇପଡୁଛି। ଫଳରେ ବସ୍‌ଗୁଡିକ ସହରର ବିଭିନ୍ନ ସ୍ଥାନରେ ଅଟକି ରହିବା ଦ୍ୱାରା ଗମନାଗମନରେ ବାଧା ଉପୁଜୁଛି। ଜିଲା ବସ୍‌ ମାଲିକ ସଂଘର ସଭାପତି ରଘୁନାଥ ପଣ୍ଡା କୁହନ୍ତି, ବସ୍‌ଷ୍ଟାଣ୍ଡ ସ୍ଥାନାନ୍ତରଣ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ସରିଥିଲେ ମଧ୍ୟ ନୂତନ ବସଷ୍ଟାଣ୍ଡ ନିର୍ମାଣ କରାଯାଉନାହିଁ । ନେତାମନ୍ତ୍ରୀଙ୍କ ପ୍ରତିଶ୍ରୁତିରେ ଅଟକି ରହିଛି ବସଟର୍ମିନାଲର ଭାଗ୍ୟ। ପ୍ରତୀକ୍ଷାଳୟ ଓ ପାନୀୟ ଜଳର ବ୍ୟବସ୍ଥା ନ ଥିବା ବେଳେ ସୁଲଭ ଶୌଚାଳୟଟିଏ ମଧ୍ୟ ନାହିଁ। ବସ୍‌ କର୍ମଚାରୀମାନଙ୍କ ପାଇଁ କୌଣସି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇ ନ ଥିବା ବେଳେ ସଂଘ ପକ୍ଷରୁ ନିର୍ମାଣ ହୋଇଥିବା ଗୃହରେ ସେମାନେ ଆଶ୍ରୟ ନେଉଛନ୍ତି। ଦୁଇ ବର୍ଷ ପୂର୍ବେ ଜିଲାପାଳ ଦାରୋଗାଡ଼ାହିଠାରେ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଲୋକଦେଖାଣିଆ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ମୁଠାଏ ମାଟି ପଡ଼ିବା ପୂର୍ବରୁ ସେହି କାର୍ଯ୍ୟ ବନ୍ଦ ହୋଇ ପଡ଼ିରହିଛି। ବର୍ଦ୍ଧିତ ସହରର ସଂକୀର୍ଣ୍ଣ ସ୍ଥାନରେ ଥିବା ବସ୍‌ଷ୍ଟାଣ୍ଡ ଲାଗି ଜନଗହଳି ବୃଦ୍ଧି ପାଉଥିବାରୁ ସହରବାସୀଙ୍କ ପାଇଁ ପ୍ରମୁଖ ସମସ୍ୟା ସୃଷ୍ଟି କରିଛି। ବସ୍‌ ରହିବା ପାଇଁ ଜାଗା ନ ଥିବାରୁ ସତ୍ୟସାଇ ଛକର ଉଭୟ ପାର୍ଶ୍ୱରେ ବସ୍‌ ଗୁଡ଼ିକ ଛିଡ଼ା ହୋଇରହୁଛି। ଫଳରେ ଗମନାଗମନରେ ଅନେକ ଅସୁବିଧା ହେଉଛି ବୋଲି ପ୍ରୀତମ ମହାନ୍ତ, ସନାତନ ପାତ୍ର,ଚିରଞ୍ଜିବୀ ସାହୁ କହିଛନ୍ତ। ଜିଲାପ୍ରଶାସନ ତୁରନ୍ତ ବସ୍‌ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ବାରିପଦା ବିଧାୟକ ପ୍ରକାଶ ସୋରେନ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳ ବଫର ଜୋନ୍‌ରେ ବୁଲୁଛି କଳା ମହାବଳ

ବାରିପଦା,୧୪।୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ବଫର ଜୋନ୍‌ରେ କଳା ମହାବଳ ବାଘ ବୁଲୁଛି। ଯାହାର ଭିଡିଓ ସୋସିଆଲ ମିଡିିଆରେ...

ତେଜିଲା ନ୍ୟାୟ ପ୍ରଦାନ ଦାବି: ୧୭ ଘଣ୍ଟା ପରେ ଛାତ୍ରୀଙ୍କ ମୃତଦେହ ନେଲେ ପରିବାର

ଉଦଳା,୧୩ା୪(ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନ ଶାଳଖୁଣ୍ଟା ଏସ୍‌ଏସ୍‌ଡି ଆଶ୍ରମ ବିଦ୍ୟାଳୟରେ ରବିବାର ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ...

ମିଳିଲା ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ

ଉଦଳା,୧୩।୪: ମୟୂରଭଞ୍ଜ ଜିଲା ଶାଳଖୁଣ୍ଟା ସ୍ଥିତ ଆଶ୍ରମ ବିଦ୍ୟାଳୟରୁ ରବିବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ବିଦ୍ୟାଳୟରୁ ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା...

୫୦ ପରିବାରକୁ ମିଳୁନି ପିଇବା ପାଣି,ରାସ୍ତାକୁ ଓହ୍ଲାଇଲେ ମହିଳା

ମୋରଡ଼ା,୧୦ା୪(ସ୍ମାରକ ମାଜୀ): ସାରା ରାଜ୍ୟରେ ତାପମାତ୍ରା ହୁ ହୁ ହୋଇ ବୃଦ୍ଧି ପାଉଥିବା ବେଳେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ପାଣି ସମସ୍ୟା ଦେଖାଦେଇଛି l...

ମହୁଲ ମାଫିଆଙ୍କ ଗୁଣ୍ଡାଗିରି, ରାସ୍ତାରୁ ଛଡ଼ାଇ ନେଲେ ଜବତ ଗାଡ଼ି

ଉଦଳା,୯ା୪(ସନ୍ତେଷ କୁମର ବାଛିନି): ମହୁଲ ମାଫିଆଙ୍କ ଆତଙ୍କରାଜ। ସିନେମା ଭଳି କାଣ୍ଡ ଭିଆଇଲେ, ରାସ୍ତାରେ ଜବତ ଗାଡ଼ିକୁ ଅଟକାଇଲେ, ଡ୍ରାଇଭରଙ୍କୁ ମାଡ଼ ମାରି ଓହ୍ଲାଇ ଦେଲେ।...

ଯୁବକଙ୍କୁ ପିଟି ପିଟି ମାରିଦେଲେ

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ତଥା ଚିତ୍ରଡ଼ା ଫାଣ୍ଡି ଅଧୀନ ପାରିଆଉଡ଼ା ଗ୍ରାମର ଜଣେ ଯୁବକଙ୍କୁ ସାମନ୍ୟ ବଚସାକୁ ନେଇ ହତ୍ୟା କରାଯାଇଛି।...

ହଷ୍ଟେଲରେ ମଦ ପିଉଥିଲେ; ଦେଖିନେଲେ ବୋଲି ବ୍ଲେଡରେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ହାତକୁ କାଟିଲେ, ଲୁଣ ମାରିଲେ ନବମ ଶ୍ରେଣୀ ଛାତ୍ର

ଉଦଳା,୩।୪(ସନ୍ତୋଷ କୁମାର ବାଛିନି): ଛୋଟ ପିଲା ବୟସରେ ଭୟଙ୍କର ବ୍ୟବହାର। ର଼୍ୟାଗିଂ କରିବାକୁ ଯାଇ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ଦେହକୁ ବ୍ଲେଡରେ କାଟିଲେ। ପରେ କ୍ଷତରେ...

ଭଡ଼ାଘରେ ଚାଲିଛି ୨୯୩ ଅଙ୍ଗନଓ୍ବାଡି କେନ୍ଦ୍ର

ବାରିପଦା,୩ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ):ଚଳିତ ଶିକ୍ଷା ବର୍ଷଠାରୁ ରାଜ୍ୟରେ ଜାତୀୟ ଶିକ୍ଷାନୀତି-୨୦୨୦ ଆରମ୍ଭ ହୋଇଛି। ଭିତ୍ତିିଭୂମି ଓ ଶିକ୍ଷାଦାନରେ ବ୍ୟାପକ ପରିବର୍ତ୍ତନ କରାଯାଇ ଶିଶୁମାନଙ୍କୁ ବିଦ୍ୟାଳୟ ମୁହଁା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image