ଅକ୍ଟୋବର ୩୧ ଯାଏ ବସ ଧର୍ମଘଟ ସ୍ଥଗିତ

ଭୁବନେଶ୍ୱର,୯।୧୦: ରାଜ୍ୟବ୍ୟାପୀ ବସ ଧର୍ମଘଟ ଆସନ୍ତା ୧୦ ତାରିଖରେ ଦିଆଯାଇଥାନ୍ତା।  ତେବେ ଏହି ଧର୍ମଘଟ ସ୍ଥଗିତ ରଖିବା ପାଇଁ  ରାଜ୍ୟ ଘରୋଇ ବସ ମାଲିକ ସଂଘନିଷ୍ପତ୍ତି ନେଇଛି। ଅକ୍ଟୋବର ୩୧ ଯାଏ ଧର୍ମଘଟ ସ୍ଥଗିତ ରଖିବାକୁ  ସ୍ଥିର ହୋଇଛି।
ରାଜ୍ୟ ଘରୋଇ ବସ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ଏ ନେଇ ସୂଚନା ଦେଇଛନ୍ତ। ବିଭିନ୍ନ ଦାବି ପୂରଣ ନେଇ ବସ ଧର୍ମଘଟ ଡାକରା  ଦିଆଯାଇଥିଲା।  ସୋମବାର ସିଏମଓ ଓ ବସ ମାଲିକ ସଂଘ ବୈଠକ ବସିଥିଲା। ବୈଠକ ସଫଳ ହୋଇ ନ ଥିଲେ ମଧ୍ୟ ଆଲୋଚନା ସକାରାତ୍ମକ ହୋଇଥିବା ବସ ସଂଘ ପକ୍ଷରୁ କୁହାଯାଇଥିଲା। ଅପରାହ୍ନରେ ବସ ମାଲିକ ସଂଘ କର୍ମକର୍ତ୍ତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ବସ ଧର୍ମଘଟ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଥିଲା ।
Share