ଇଂଲଣ୍ଡରେ ରହୁଥିବା ୨୪ ବର୍ଷୀୟା ଜଣେ ଯୁବତୀ ପେସାରେ ଜଣେ ବସ୍ ଡ୍ରାଇଭର। ତାଙ୍କର ସୁନ୍ଦର ଚେହେରା ପାଇଁ ସେ ଟିକ୍ଟକ୍ରେ ଖୁବ୍ ଜଣାଶୁଣା। ଜୋଡି ଫାକ୍ସ ନାମକ ଏହି ଯୁବତୀ କୁହନ୍ତି, ବସ୍ ଚଳାଇବା ତାଙ୍କର ସ୍ବପ୍ନ ଥିଲା। ଏବେ ସେହି ସ୍ବପ୍ନ ତାଙ୍କର ପୂରା ହୋଇଛି। ସେ ଟିକ୍ଟକ୍ରେ ତାଙ୍କର ବସ୍ ଚଲାଇବା ଜୀବନ ସମ୍ପର୍କରେ ଶେୟାର କରିଛନ୍ତି। ତାଙ୍କର ଫଲୋଅର୍ସ ମଧ୍ୟ ବଢୁଛନ୍ତି।
ଏସେକ୍ସରେ ରହୁଥିବା ଜୋଡି କହିଛନ୍ତି, ତାଙ୍କୁ ଲୋକଙ୍କଠାରୁ ପ୍ରଶଂସା ମିଳୁଛି। ଯାହା ତାଙ୍କୁ ବହୁ ଆନନ୍ଦ ଆଣି ଦେଉଛି। କିଛି ୟୁଜର ତାଙ୍କୁ କହିଛନ୍ତି, ଆପଣ ଦେଖିବାକୁ ଏତେ ସୁନ୍ଦର। ମଡେଲ ହୋଇଯାଆନ୍ତୁ। ଆଉ କିଛି ୟୁଜର କହିଛନ୍ତି, ମୁଁ ଏମିତି ସୁନ୍ଦରୀ କେବେ ଦେଖିନି। ଏତେ ସୁନ୍ଦର ହୋଇ ଆପଣ କାହିଁକି ବସ୍ ଚଲାଉଛନ୍ତି? ପ୍ରତିକ୍ରିୟାରେ ଜୋଡି କୁହନ୍ତି, ମୋର ଇଚ୍ଛା ଥିଲା ବସ୍ ଚଲାଇବି। ସେଥିପାଇଁ ଚାକିରି ଛାଡ଼ିଲି। ମୁଁ ଯେତେବେଳେ ବସ୍ ଡ୍ରାଇଭରଙ୍କ ପାଖରେ ବସେ ସେତେବେଳେ ଭାବେ ମୁଁ ଏମିତି ବସ୍ ଚଲାନ୍ତି କି! କାରଣ ମୋତେ ଡ୍ରାଇଭ କରିବାକୁ ଖୁବ୍ ଭଲ ଲାଗେ। ଏବେ ମୋ ସ୍ବପ୍ନ ପୂରା ହୋଇଛି। ଏହା ଏତେ ସହଜ ନୁହେଁ, ଲୋକେ ଯାହା ଭାବୁଛନ୍ତି। ମଁୁ ଡ୍ରାଇଭର ହେବାକୁ ଅନେକ କଷ୍ଟ କରିଛି। ତା’ ପରେ ଯାଇ ସଫଳତା ପାଇଛି। ମୋ ପେସାକୁ ନେଇ ମୁଁ ଖୁବ୍ ଖୁସି। ଯାହା ମଡେଲ ହୋଇଥିଲେ ପାଇପାରି ନ ଥାନ୍ତି। ତାଙ୍କର ଏହି କଥା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି। ଅନେକ ଲୋକ ତାଙ୍କୁ ପ୍ରଂଶସା ବି କରୁଛନ୍ତି।