ପାର୍ବଣରେ ଗଡ଼ିବ ବସ୍‌ : ଆନ୍ଦୋଳନ ନିଷ୍ପତ୍ତିରୁ ଓହରିଲେ….

ଭୁବନେଶ୍ୱର,୭।୧୦: ଆଉ ହେବନି ବସ୍‌ ଧର୍ମଘଟ। ସୋମବାର ସନ୍ଧ୍ୟାରୁ ହେବାକୁ ଥିବା ବସ ଧର୍ମଘଟ ପ୍ରତ୍ୟାହୃତ କରିନେଲେ ଘରୋଇ ବସ୍‌ ମାଲିକ ସଂଘ। ଦକ୍ଷିଣ ଓ ପଶ୍ଚିମାଞ୍ଚଳ ବସ ମାଲିକ ସଂଘ ନିଷ୍ପତ୍ତିରୁ ଓହରି ଯାଇଛନ୍ତି। ପରିବହନ ମନ୍ତ୍ରୀଙ୍କ ସହ ବୈଠକ ପରେ ଧର୍ମଘଟରୁ ଓହରିଲା ସଂଘ। ଲକ୍ଷ୍ମୀ ବସ ଚଳାଚଳକୁ ବିରୋଧ କରି ଧର୍ମଘଟ ଡାକରା ଦିଆଯାଇଥିଲା। ବସ୍‌ ଧର୍ମଘଟ ପ୍ରତିହତ ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ପରିବହନ ମନ୍ତ୍ରୀଙ୍କ ବାସଭବନରେ ବିସିଥିଲା। ମାନସ ମନ୍ଥନ ପରେ ଏହା ପ୍ରତ୍ୟହୃତ ହୋଇଛି।

ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ସାରା ରାଜ୍ୟ। ଏହି ସମୟରେ ଛୁଟି ରହୁଥିବାରୁ ଲୋକେ ଅଧିକ ବସ୍‌ ଯାତ୍ରା କରିଥାନ୍ତି। ହେଲେ ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ସୋମବାର ସନ୍ଧ୍ୟାରୁ ୨୪ ଘଣ୍ଟିଆ ବସ୍‌ ବନ୍ଦ ଡାକରା ଦିଆଯାଇଥିଲା। ଲକ୍ଷ୍ମୀ ବସ୍‌ର ଟାୟାର-୨ ସେବା ଅର୍ଥାତ୍‌ ବ୍ଲକ୍‌ରୁ ଜିଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଚଳାଚଳକୁ ପ୍ରତିବାଦ କରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୧୪ ଜିଲାର ଘରୋଇ ବସ୍‌ ମାଲିକ ସଂଘ ଏଭଳି ନିଷ୍ପତ୍ତି ନେଇଥିଲେ। ଏନେଇ ସରକାର ସୋମବାର ଆଲୋଚନା ପାଇଁ ଘରୋଇ ମାଲିକ ସଂଘ କର୍ମକର୍ତ୍ତାଙ୍କୁ ଡାକିଥିଲେ। ଆଲୋଚନା ବିଫଳ ହେଲେ ଯାତ୍ରୀଙ୍କୁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଚିନ୍ତା ଥିଲା।

ଲକ୍ଷ୍ମୀ ବସ୍‌ ଚଳାଚଳକୁ ନେଇ ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳ ବସ୍‌ ମାଲିକ ସଂଘ ପକ୍ଷରୁ ସୋମବାର ସା ୬ଟାରୁ ୨୪ ଘଣ୍ଟିଆ ବସ୍‌ ଚଳାଚଳ ବନ୍ଦ ରଖିବା ଲାଗି ଡାକରା ଦିଆଯାଇ ଥିବାବେଳେ ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନେଇଥିଲେ। ଏ ସମ୍ପର୍କରେ ଆଲୋଚନା କରିବା ଲାଗି ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ସୋମବାର ସକାଳୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବାକୁ ବସ୍‌ ମାଲିକ ସଂଘକୁ ଡକାଯାଇଥିଲା। ୧୪ ଜିଲାର ୨୫ ଘରୋଇ ବସ୍‌ ମାଲିକ ସଂଘ ୨୪ ଘଣ୍ଟିଆ ଧର୍ମଘଟ କରିବେ ବୋଲି ଘୋଷଣା କରିଥିଲେ। ହେଲେ ମନ୍ତ୍ରୀଙ୍କ ତରଫରୁ ବୈଠକ ପରେ କଳାହାଣ୍ଡି ଘରୋଇ ବସ୍‌ ମାଲିକ ସଂଘ ସଭାପତି ପ୍ରବୋଧ କୁମାର ରଥ କହିଛନ୍ତି, ସୋମବାର ସକାଳ ୯ଟା ସମୟରେ ବ୍ରହ୍ମପୁରଠାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ସହିତ ବୈଠକ ରହିଛି। ବୈଠକ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ତେଣୁ ମନ୍ତ୍ରୀଙ୍କ ସହିତ ବୈଠକ ପରେ ଯାଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଏକପ୍ରକାର ଜଣାପଡ଼ିଥିଲା


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସନ୍ନଙ୍କୁ କାଉଣ୍ଟର କଲେ ସମୀର, କହିଲେ ଏବେ ବି ବିଜେଡି ମଧ୍ୟରେ…

ଭୁବନେଶ୍ୱର,୭ା୧୦: ବିଜେଡିର ବରିଷ୍ଠ ନେତା ତଥା ରେଢ଼ାଖୋଲର ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ମନ୍ତବ୍ୟକୁ କଡ଼ା କାଉଣ୍ଟର କରିଛନ୍ତି ଭାଜପାର ପୂର୍ବତନ ସଭାପତି ସମୀର ମହାନ୍ତି। ଏନେଇ...

ଗାଁ ଦାଣ୍ଡରେ ଯୁବକଙ୍କୁ ଛୁରି ଭୁସି ହତ୍ୟା

ସୁନ୍ଦରଗଡ଼,୭।୧୦(ଜୟନାରାୟଣ ମେଣ୍ଡୁଳି): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ...

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଆଜି ଆକାଉଣ୍ଟକୁ ଯିବ ‘ସୁଭଦ୍ରା’ର ୧ ଟଙ୍କା, ୯ ତାରିଖରେ କେଉଁମାନଙ୍କୁ ମିଳିବ ଜାଣି ରଖନ୍ତୁ…

ଭୁବନେଶ୍ୱର,୭ା୧୦: ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ର ୧ ଟଙ୍କା ସୋମବାର ବ୍ୟାଙ୍କ ଖାତାକୁ ଆସିବ। ଏନେଇ ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରୀଡ଼ା।...

ବିଲ୍‌ କରାଇ ଦେବା ପାଇଁ ଠିକାଦାରଙ୍କୁ ପିସି ମାଗି ଫସିଲେ ଯନ୍ତ୍ରୀ

ତିର୍ତ୍ତୋଲ,୭ା୧୦(ଗୌରାଙ୍ଗ ସ୍ବାଇଁ): ଜଗତସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ୭ ଲକ୍ଷ ଟଙ୍କାର ଏକ ରାସ୍ତା କାମର ବିଲ୍‌ କରାଇ ଦେବା ଲାଗି...

OSSSC ବିରୋଧରେ ଏକାଠି ହେଲେ ହଜାର ହଜାର ପରୀକ୍ଷାର୍ଥୀ, ତ୍ରୁଟି ଅଭିଯୋଗ ଆଣି ଅଧିକାରୀଙ୍କ…

ଭୁବନେଶ୍ୱର,୭ା୧୦: OSSSC ବିରୋଧରେ ଏକାଠି ହୋଇଛନ୍ତି ହଜାର ହଜାର ପରୀକ୍ଷାର୍ଥୀ। ପରୀକ୍ଷା ବିଭ୍ରାଟକୁ ନେଇ ଭୁବନେଶ୍ବର ଲୋୟର ପିଏମ୍‌ଜିରେ ପରୀକ୍ଷାର୍ଥୀ ଏକଜୁଟ୍‌ ହୋଇ ବିକ୍ଷୋଭ ପ୍ରଦର୍ଶନ...

ଉପକୂଳରେ ପ୍ରବଳ ବର୍ଷା: ୩ ଘଣ୍ଟା ପର୍ଯ୍ୟନ୍ତ ନିର୍ଧୂମ ଛେଚିବ

ଭୁବନେଶ୍ୱର,୭।୧୦: ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ଉପକୂଳର ଓଡ଼ିଶାର ୭ ଜିଲାକୁ ସତର୍କ ସୂଚନା ଜାରି ହୋଇଛି। ପ୍ରବଳ ବର୍ଷା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ...

ମନ୍ତ୍ରୀଙ୍କ ବାସଭବନରେ ଘରୋଇ ବସ୍‌ ମାଲିକ ସଂଘର ବୈଠକ: ଚାଲିଛି ମାନସ ମନ୍ଥନ

ଭୁବନେଶ୍ୱର,୭।୧୦: ବସ୍‌ ଧର୍ମଘଟ ପ୍ରତିହତ ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ବସିଛି। ପରିବହନ ମନ୍ତ୍ରୀଙ୍କ ବାସଭବନରେ ଘରୋଇ ବସ୍‌ ମାଲିକ ସଂଘର ବୈଠକ ହୋଇଛି। ସନ୍ଧ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri