Categories: ଅନୁଗୋଳ

ବ୍ୟବସାୟୀଙ୍କୁ ବଳପୂର୍ବକ ଉଠାଇଦେଲେ

ଅନୁଗୋଳ ଅଫିସ,୧୮ା୫: ଅନୁଗୋଳ ସହରର ସୌନ୍ଦର୍ଯ୍ୟକରଣ କରାଯାଇଛି। ରାସ୍ତା ପାଶର୍‌ବରେ ଆଲୋକୀକରଣ ହୋଇଛି। କିନ୍ତୁ ଏହି ସୌନ୍ଦର୍ଯ୍ୟକୁ ଉଠା ବ୍ୟବସାୟୀମାନେ ନଷ୍ଟ କରୁଛନ୍ତି। ଛତୁ, ଫଳ ଓ ଅନ୍ୟ ବ୍ୟବସାୟୀ ସେଠାରେ ଯାବତୀୟ ସାମଗ୍ରୀ ଗଦା କରି ଲାଇଟ୍‌ ଭାଙ୍ଗୁଛନ୍ତି। ସେହିଭଳି ଜାତୀୟ ରାଜପଥ ପାଶର୍‌ବରେ ପସରା ମେଲାଉଥିବାରୁ ଦୁର୍ଘଟଣା ଆଶଙ୍କା ମଧ୍ୟ ରହିଛି। ତେଣୁ ବୁଧବାର ପୂର୍ବାହ୍ନରେ ପୌର କର୍ତ୍ତୃପକ୍ଷ ସମ୍ପୃକ୍ତ ବ୍ୟବସାୟୀମାନଙ୍କଠାରୁ ଜରିମାନା ଆଦାୟ କରିବା ସହ ବଳପୂର୍ବକ ଉଠାଇ ଦେଇଥିବା ଦେଖିବାକୁ ମିଳିଛି। ଏଥିସହ ଉକ୍ତ ସ୍ଥାନରେ ଆଉ ପସରା ନ ମେଲାଇବାକୁ ଚେତାବନୀ ଦେଇଛନ୍ତି। ଘଟଣା ସମ୍ପର୍କରେ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ କହିଛନ୍ତି, ସହରର ସୌନ୍ଦର୍ଯ୍ୟକରଣ ନଷ୍ଟ ସହ ଦୁର୍ଘଟଣା ଆଶଙ୍କା ଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।