ପ୍ରଜାପତି ମୁଣ୍ଡରେ କାଳିଆ

ନବରଙ୍ଗପୁର/ତେନ୍ତୁଳିଖୁଣ୍ଟି,୨୧ା୨: ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ଝରିଗୁମା ପଞ୍ଚାୟତର ଡେଙ୍ଗପଦର ଗ୍ରାମର ଭୀଷ୍ମସେନ ବିଷୋୟୀଙ୍କ ଅଗଣାରେ ଏକ ବିରଳ ପ୍ରଜାପତି ଦେଖିବାକୁ ମିଳିଛି। ପ୍ରଜାପତିଟିର ଚଉଡ଼ା ପ୍ରାୟ ୨ ଇଞ୍ଚ ରହିଥିବା ବେଳେ ଲମ୍ବ ପ୍ରାୟ ୪ଇଞ୍ଚ ହେବ॥ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ପ୍ରଜାପିତର ମୁଣ୍ଡରେ ଜଗନ୍ନାଥଙ୍କ ଚକା ଆଖି ଭଳି ଦୃଶ୍ୟମାନ ହେଉଛି। ପ୍ରଜାପତିଟି ଘର ମଧ୍ୟକୁ ଆସିବା ପରେ ଭୀଷ୍ମସେନଙ୍କ ପରିବାର ଲୋକେ ଜଗନ୍ନାଥଙ୍କ ରୂପ ବୋଲି ବିଶ୍ୱାସ କରି ପୂଜାର୍ଚ୍ଚନା ଆରମ୍ଭ କରିଥିଲେ। ଏହି ଖବର ଗାଁରେ ପ୍ରଚାର ହେବା ପରେ ଭୀଷ୍ମସେନଙ୍କ ଘରେ ଲୋକଙ୍କ ଭିଡ଼ ଜମିବା ଦେଖିବାକୁ ମିଳିଥିଲା। ଏଭଳି ବିରଳ ପ୍ରଜାପତି କେବେ ଦେଖି ନ ଥିଲୁ। ତେଣୁ ଭଗବାନଙ୍କ ରୂପ ଭାବେ ବିଶ୍ୱାସ କରି ପୂଜା କରୁଛୁ ବୋଲି କେତେଜଣ ଗ୍ରାମବାସୀ କହିଛନ୍ତି।

Share