Categories: ଜାତୀୟ

କରୋନା ଟିକାକରଣ ପରେ ଲାଗୁ ହେବ ସିଏଏ

ନୂଆଦିଲ୍ଲୀ,୧୧।୨: କରୋନା ଟିକାକରଣ ଶେଷ ହେବା ପରେ ଦେଶରେ ନାଗରିକତା ସଂଶୋଧନ ଆଇନ(ସିଏଏ) ଲାଗୁ କରାଯିବ ବୋଲି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଘୋଷଣା କରିଛନ୍ତି। ଗୁରୁବାର ପଶ୍ଚିମବଙ୍ଗରରେ ଏକ ରାଲିକୁ ସମ୍ବୋଧିତ କରି ଗୃହମନ୍ତ୍ରୀ ଶାହା ଏହା କହିଛନ୍ତି। ଏହାଦ୍ୱାରା ସଂଖ୍ୟାଲଘୁଙ୍କ ଉପରେ କୌଣସି ପ୍ରଭାବ ପଡିବ ନାହିଁ। ବିରୋଧୀମାନେ ଜାଣିଶୁଣି ତାଙ୍କୁ ଭ୍ରମିତ କରୁଥିବା ସେ କହିଛନ୍ତି। ଏଥିସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି ଶାହା କହିଛନ୍ତି, ସିଏଏକୁ ଦିଦି ମିଛ ପ୍ରତିଶ୍ରୁତି ବୋଲି କହୁଛନ୍ତି। ହେଲେ ଭାଜପା ଯାହା କୁହେ ତାହା କରିକି ଦେଖାଏ।

Share