ଆସନ୍ତା ସପ୍ତାହରେ ବସିପାରେ କ୍ୟାବିନେଟ୍‌

ଭୁବନେଶ୍ୱର, ୭।୧୧(ବ୍ୟୁରୋ): ଆସନ୍ତା ସପ୍ତାହରେ ରାଜ୍ୟ କ୍ୟାବିନେଟ ବୈଠକ ବସିପାରେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଚଳିତ ୧୦ ତାରିଖରେ ଭିଡିଓ କନଫରେନ୍ସରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଏଥିରେ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍‌ ସମେତ ଜଙ୍ଗଲ ଓ ପରିବେଶ, ପଞ୍ଚାୟତିରାଜ, ପୂର୍ତ୍ତ, ଅର୍ଥ ବିଭାଗର କେତେକ ଏଜେଣ୍ଡାକୁ ଅନୁମୋଦନ ମିଳିବା ସମ୍ଭାବନା ରହିଛି। ସୂଚନାଯୋଗ୍ୟ, ବିଧାନସଭାର ଶୀତ ଅଧିବେଶନ ୨୦ ତାରିଖରୁ ଆରମ୍ଭ ହେବ। ପ୍ରଥମ ଦିନରେ ୨୦୨୦-୨୧ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍‌ ଆଗତ ହେବ। ନଭେମ୍ବର ୨୯ରେ ଅତିରିକ୍ତ ବଜେଟ୍‌ର ବ୍ୟୟ ମଞ୍ଜୁରୀ ବିଲ୍‌ ଗୃହର ଅନୁମୋଦନ ଲାଭ କରିବ।

Share