କ୍ୟାବିନେଟ୍‌ ବୈଠକ ଆଜି

ଭୁବନେଶ୍ୱର,୧୨।୮(ବ୍ୟୁରୋ): ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ବୁଧବାର ୫ଟା ୩୦ମିନିଟ୍‌ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଭିଡିଓ କନ୍‌ଫରେନ୍ସରେ ହେବାକୁ ଥିବା ଏହି ବୈଠକରେ ୧୮ ପ୍ରସ୍ତାବକୁ ମଞ୍ଜୁରୀ ମିଳିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ରାଜ୍ୟ ସରକାର ସମବାୟ, ଅର୍ଥ, ରାଜସ୍ବ, ପଞ୍ଚାୟତିରାଜ ବିଭାଗର କେତେକ ପ୍ରସ୍ତାବ କ୍ୟାବିନେଟ୍‌ରେ ଆସିବ ବୋଲି ଜଣାପଡ଼ିଛି। ମନ୍ତ୍ରୀମାନେ ଜିଲାରେ ଥିଲେ ଜିଲାପାଳଙ୍କ ଭିଡିଓ କନ୍‌ଫରେନ୍ସ ହଲ୍‌ କିମ୍ବା ନିଜ ସୁବିଧା ଅନୁଯାୟୀ କ୍ୟାବିନେଟ୍‌ରେ ଯୋଗଦେବେ ବୋଲି ଜଣାପଡ଼ିଛି।

Share