Categories: ଜାତୀୟ

ମନ୍ତ୍ରିମଣ୍ଡଳ ବୈଠକ ଫଳପ୍ରଦ ହୋଇଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୪।୭ (ପି.ଟି.): ପ୍ରଗତି ମଇଦାନ ସମ୍ମିଳନୀ କେନ୍ଦ୍ରରେ ସୋମବାର ଅନୁଷ୍ଠିତ ମନ୍ତ୍ରିମଣ୍ଡଳ ବୈଠକ ଅତ୍ୟନ୍ତ ଫଳପ୍ରଦ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ବୈଠକରେ ଅଧ୍ୟକ୍ଷତା କରିବା ବେଳେ ବିଭିନ୍ନ ନୀତି ସଂକ୍ରାନ୍ତରେ ଢେର ଆଲୋଚନା ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। କ୍ୟାବିନେଟ ଅଦଳବଦଳ ନେଇ ଗତ କିଛି ଦିନ ହେବ ଭାଜପାର ବରିଷ୍ଠ ନେତାଙ୍କ ମଧ୍ୟରେ ଏକାଧିକ ବୈଠକ ଅନୁଷ୍ଠିତ ହେବା ପରିପ୍ରେକ୍ଷୀରେ ଏବର ବୈଠକ ଗୁରୁତ୍ୱ ବହନ କରିଛି।
କେତେକ ମନ୍ତ୍ରୀ ସେମାନଙ୍କ କାର୍ଯ୍ୟ ନେଇ ତଥ୍ୟ ଉପସ୍ଥାପନ କରିବା ସହ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଚଳିତବର୍ଷ ଶେଷ ଆଡ଼କୁ ୫ ରାଜ୍ୟ ବିଧାନସଭା ଓ ଆସନ୍ତାବର୍ଷ ଲୋକ ସଭା ନିର୍ବାଚନ ହେବାକୁ ଥିବାରୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ବାର୍ତ୍ତା ଦେଇଥାଇପାରନ୍ତି ବୋଲି କୁହାଯାଉଛି। ଆସନ୍ତା ୨୦ ତାରିଖରେ ସଂସଦର ମୌସୁମୀ ଅଧିବେଶନ ବସିବାକୁ ଥିବାରୁ ସରକାର କାର୍ଯ୍ୟସୂଚୀ ପ୍ରସ୍ତୁତ କରୁଛନ୍ତି। ସରକାରଙ୍କୁ ଅଡ଼ୁଆରେ ପକାଇବା ଲାଗି ବିରୋଧୀ ଏକକ ଦଓ୍ବୋନି ସଂହିତା (ୟୁସିସି) ପ୍ରସଙ୍ଗ ଉଠାଇପାରନ୍ତି ବୋଲି ଅନୁମାନ କରାଯାଉଛି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ୟୁସିସି ସପକ୍ଷରେ ନିକଟରେ ଦୃଢ଼ ମତ ଦେଇଥିବାରୁ ଏହି ପ୍ରସଙ୍ଗ ଏବେ ଦେଶବ୍ୟାପୀ ପ୍ରମୁଖ ଚର୍ଚ୍ଚାର ବିଷୟ ରହିଆସିଛି।

Share