Categories: ଜାତୀୟ

ସଂସଦରେ ପହଞ୍ଚିଲେ ଅର୍ଥମନ୍ତ୍ରୀ, ବଜେଟ ଉପସ୍ଥାପନ ପୂର୍ବରୁ ବସିବ କ୍ୟାବିନେଟ ବୈଠକ

ନୂଆଦିଲ୍ଲୀ, ୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୩ ବଜେଟ ଉପସ୍ଥାପନ ଲାଗି ସଂସଦ ଭବନରେ ପହଞ୍ଚିଛନ୍ତି । ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଜେଟ ପେପରଲେସ ରହିଛି । ତେବେ ବଜେଟ ଉପସ୍ଥାପନ ପୂର୍ବରୁ କ୍ୟାବିନେଟ ବୈଠକ ବସିବ । ଏଠାରେ ବଜେଟ ଅନୁମୋଦନ କରାଯିବ । ବୈଠକ ପାଇଁ ପ୍ରଧାନମନ୍ତ୍ରୀ ମୋଦି, ସଂସଦୀୟ ବ୍ୟାପର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଦୁଇ ଅର୍ଥ ରାଷ୍ଟ୍ରମନ୍ତ୍ରୀ ରହିଛନ୍ତି ।

 

Share