ନୂଆପଡା, ୨୧।୪: ନୂଆପଡା ସଦର ରେଞ୍ଜ ଅଧୀନସ୍ଥ କେନ୍ଦୁବାହାରା ପଞ୍ଚାୟତ ବ୍ରାହ୍ମଣୀ ଗାଁରେ ଏକ ବାଛୁରୀକୁ ମାରି ଖାଇଛି କଲରାପତରିଆ ବାଘ । ପ୍ରାପ୍ତ ସୂଚନା ଅନୁସାରେ, ଗୁରୁବାର ସକାଳେ ଗାଁର ଗୋରୁ ବ୍ରାହ୍ମଣୀ ଜଙ୍ଗଲକୁ ଚରିବାକୁ ଯାଇଥିଲେ। ସା ପର୍ଯ୍ୟନ୍ତ ଅଗନୁ ରାଉତଙ୍କର ଏକ ବାଛୁରୀ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ବାଛୁରୀର ସନ୍ଧାନ ପାଇ ନ ଥିଲେ । ଶୁକ୍ରବାର ସକାଳେ ଗାଁର ଲୋକେ ଜଙ୍ଗଲକୁ କୌଣସି କାମରେ ଯିବା ସମୟରେ ବାଛୁରୀ ଗାଁ ପାଖ ପତର ଫାଡ଼ି ପଛ ପଟେ ପଡ଼ିଥିବା ଦେଖିବାକୁ ପାଇଥିଲେ। ବନ ବିଭାଗକୁ ଖବର ଦେବା ପରେ ବିଭାଗୀୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ପାରିପାର୍ଶିକ ସ୍ଥିତିରୁ ଅନୁମାନ କରାଯାଉଛି ବାଛୁରୀଟିକୁ ବାଘ ଖାଇ ଦେଇଛି।