ନୂଆଦିଲ୍ଲୀ: ଜାନୁୟାରୀ ପହିଲାରୁ ଲ୍ୟାଣ୍ଡଲାଇନରୁ କଲ୍ର ତରିକା ବଦଳିବ। ସାରା ଦେଶରେ ଲୋକଙ୍କୁ ଲ୍ୟାଣ୍ଡଲାଇନରୁ ମୋବାଇଲକୁ ଫୋନ କରିବାକୁ ହେଲେ ନମ୍ବର ପୂର୍ବରୁ ଶୂନ ଲଗାଇବାକୁ ପଡିବ। ଏ ନେଇ ଭାରତୀୟ ଟେଲିକମ ନିୟାମକ କର୍ତ୍ତୃପକ୍ଷ(ଟ୍ରାଇ) ଟେଲିକମ୍ ବିଭାଗକୁ ପ୍ରସ୍ତାବ ଦେଇଥିଲା। ଏହି ପ୍ରସ୍ତାବକୁ ଟେଲିକମ୍ ବିଭାଗ ବିଚାରକୁ ନେଇଛି। ୨୯ ମେ ୨୦୨୦ରେ ଟ୍ରାଇ ଏ ସଂକ୍ରାନ୍ତ ପ୍ରସ୍ତାବ ଦେଇଥିଲା। ଏହାଦ୍ୱାରା ଟେଲିକମ ସେବା ଯୋଗାଉଥିବା କମ୍ପାନୀଗୁଡିକୁ ଅଧିକ ନମ୍ବର ବନାଇବା ସୁବିଧା ହେବ। ଚଳିତ ମାସ ୨୦ରେ ଟେଲିକମ ବିଭାଗ ଜାରି କରିଥିବା ଏକ ଚିଠିରେ କହିଛି ଯେ, ଟ୍ରାଇ ପ୍ରସ୍ତାବକୁ ବିଚାରକୁ ନିଆଯାଇଛି। ଏହାଦ୍ୱାରା ମୋବାଇଲ ଏବଂ ଲ୍ୟାଣ୍ଡଲାଇନ ଲାଗି ପର୍ଯ୍ୟାପ୍ତ ସଂଖ୍ୟକ ନମ୍ବର ବନାଇବା ସହଜ ହେବ ବୋଲି ବିଭାଗ କହିଛି।