ଅଚ୍ୟୁତ ସାମନ୍ତଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଲେ ସବ୍ୟର୍ଚ୍ଚିତା

ଜି.ଉଦୟଗିରି,୧୬ା୫(ଶିଶିର ପଟ୍ଟନାୟକ): ଜି.ଉଦୟଗିରି ସହରରେ ଗୁରୁବାର ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ ଓ କନ୍ଧମାଳ ଏମ୍‌ପି ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ପାଇଁ ଓଡ଼ିଆ ଫିଲ୍ମ ଷ୍ଟାର ସବ୍ୟସାଚୀ ଓ ଅର୍ଚ୍ଚିତା ରୋଡ୍‌ ଶୋ’ କରି ନିର୍ବାଚନ ପ୍ରଚାର କରିଛନ୍ତି । ପଦାସାହିଠାରୁ ଏକ ଖୋଲା ଜିପ୍‌ରେ ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ ଓ ଜିଲା ପର୍ଯ୍ୟବେକ୍ଷକ ବିଜୟ କୁମାର ନାୟକଙ୍କ ସହ ସବ୍ୟସାଚୀ ଓ ଅର୍ଚ୍ଚିତା ପ୍ରଚାର ଆରମ୍ଭ କରିଥିଲେ। ଏହି ଶୋଭାଯାତ୍ରା ଓ ବାଇକ ରାଲିରେ ଜି ଉଦୟଗିରି ଏନ୍‌ଏ ସି ଅଧ୍ୟକ୍ଷା ଦେବସ୍ମିତା ଶତପଥୀ, ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ, ବ୍ଲକ ଅଧକ୍ଷା ସୁଷମା ପ୍ରଧାନ,ଉପାଧ୍ୟକ୍ଷ ଏନ ଲୁକ , ବି ଜେ ଡି ନଗର ସଭାପତି ପି ସଞ୍ଜୀବ କୁମାର ପାତ୍ର , କାର୍ଯ୍ୟକାରୀ ସଭାପତି ଅନୀଲ ଦଳବେହେରା, ବ୍ଲକ ସଭାପତି ଲିଙ୍ଗରାଜ କହଁର, କାର୍ଯ୍ୟକାରୀ ସଭାପତି ଉଦୟ ନାୟକଙ୍କ ସମେତ ଶହ ଶହ ବିଜୁ ଜନତା ଦଳର ନେତା କର୍ମୀ ରୋଡ୍‌ ଶୋ’ ଓ ଏକ ବିରାଟ ବାଇକ୍‌ ରାଲିରେ ଜି ଉଦୟଗିରି ସହରରେ ଗାନ୍ଧି ଛକ, ବନ୍ଧ ଛକ ଓ କନବାଗିରିଠାରେ ଭୋଟ୍‌ ପ୍ରଚାର କରିଥିଲେ। ସବ୍ୟସାଚୀ ଓ ଅର୍ଚ୍ଚିତା ଜି ଉଦୟଗିରି ବିଧାୟକ ପ୍ରାର୍ଥୀ ଓ ଏମ ପି ପ୍ରାର୍ଥୀ ଙ୍କୁ ବିପୁଳ ପରିମାଣର ଭୋଟ ଦେଇ ନିର୍ବାଚିତ କରିବାକୁ ଅନୁରୋଧ କରିଥିଲେ। ଲିଙ୍ଗାଗଡ଼ ଠାରେ ବିଧାୟକ ସାଲୁଗା ପ୍ରଧାନ, ପର୍ଯ୍ୟବେକ୍ଷକ ବିଜୟ ନାୟକ ଓ ଫିଲ୍ମ ଷ୍ଟାର ସବ୍ୟସାଚୀ ଏବଂ ଅର୍ଚ୍ଚିତାଙ୍କ ରୋଡ ଶୋ’ ବେଳେ ଏକ ମିଶ୍ରଣ ପର୍ବ ହୋଇଥିଲା ବୋଲି ବ୍ଲକ ଅଧ୍ୟକ୍ଷା ସୁଷମା ପ୍ରଧାନ କହିଛନ୍ତି।