୧୪ ନଂ ଜୋନ୍‌ରେ ପ୍ରାର୍ଥିନୀଙ୍କ ପ୍ରଚାର ଜୋରଦାର

ଗଞ୍ଜାମ,୧୦ା୨(ଡି.ଏନ୍‌.ଏ.): ଆଉ ମାତ୍ର ଦିନ କେଇଟା  ପରେ ଗଞ୍ଜାମ ବ୍ଲକରେ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଏଥିପାଇଁ ୧୪ ନମ୍ବର ଜୋନ୍‌ରେ ବିଜେଡି ପ୍ରାର୍ଥିନୀ ସସ୍ମିତା ସ୍ବାଇଁ ପ୍ରଚାରକୁ ଜୋରଦାର କରିଛନ୍ତି। ଗୁରୁବାର ସନ୍ତୋଷପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ଦଳୀୟ ନେତୃବୃନ୍ଦଙ୍କୁ ସାଥୀରେ ଧରି ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର ଯୋଜନାକୁ ପାଥେୟ କରି ଭୋଟ୍‌ଭିକ୍ଷା କରୁଛନ୍ତି। ଏହି ପ୍ରଚାରରେ ସ୍ବାମୀ ସମିତି ସଭ୍ୟ କୈଳାସ ସ୍ବାଇଁଙ୍କ ସମେତ ବ୍ଲକ ସମ୍ପାଦକ ଉମା ଜେନା, ପୂର୍ବତନ ସରପଞ୍ଚ ଅନ୍ତର୍ଯାମୀ ବେହେରା, ନର ବେହେରା, ଭୀମସେନ ସାହୁ, ଏସ ରାମଚନ୍ଦ୍ର ରେଡ୍ଡୀ, ଲୋକନାଥ ରେଡ୍ଡୀ ପ୍ରମୁଖ ଅଛନ୍ତି।

Share