୩, ୪ନଂ ଜୋନ୍‌ରେ ପ୍ରଚାର ଜୋରଦାର

ଫୁଲବାଣୀ ଅଫିସ,୭ା୨: ଖଜୁରିପଡା ବ୍ଲକର ୩ ଏବଂ ୪ ନଂ ଜୋନରେ ରବିବାର ବିଜେଡି ପକ୍ଷରୁ ନିର୍ବାଚନୀ ବୈଠକ କରାଯାଇଛି ା ପଞ୍ଚାୟତିରାଜ ମନ୍ତ୍ରୀ ତଥା ଜିଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା ଏହି ଦୁଇ ଜୋନର ବିଭିନ୍ନ ସ୍ଥାନକୁ ଯାଇ ଦଳୀୟ ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜିତାଇବାକୁ କର୍ମୀମାନଙ୍କୁ ଆହ୍ବାନ ଦେଇଛନ୍ତି। ଖଜୁରିପଡା ବ୍ଲକରେ ୧୪ଟି ପଞ୍ଚାୟତ ା ୩ ନଂ ଜୋନରେ ଆଡାସିପଡା, ଗୁଦାରି, ବଲସକୁମ୍ପା, ବିଲାବାଡି, ପିରିକୁଡି, ସୁଡ୍ରୁକୂମ୍ପା, ସୁଡ୍ରେଜୁ, ଟିଟିରାପଙ୍ଗା ପଞ୍ଚାୟତ ରହିଥିବା ବେଳେ ୪ନଂ ଜୋନରେ ଅରାପାଜୁ, ଖଜୁରିପଡା, ଦଳପଡା, ଦୂତିମେଣ୍ଡି, ଦୂତିପଡା, ଆର.ନୂଆଗାଁ ପଞ୍ଚାୟତ ରହିଛି। ୩ନଂ ଜୋନରେ ବିଜେଡି ପକ୍ଷରୁ ମମତା ମଲ୍ଲିକ ଏବଂ ୪ ନଂ ଜୋନରେ ଶୁଭଶ୍ରୀ ନାୟକ ପ୍ରାର୍ଥୀ ହୋଇଛନ୍ତି। ଏହି ଦୁଇ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ମନ୍ତ୍ରୀ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି। ମନ୍ତ୍ରୀଙ୍କ ସମେତ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଜିଲା ବିଜେଡି ସଭାପତି ସରୋଜ କର୍ଣ୍ଣ, ମନ୍ତ୍ରୀଙ୍କ ପିଏ କିଶୋର ମେହେରଙ୍କ ସମେତ ଅନ୍ୟୀମାନେ ବୈଠକରେ ଉପସ୍ଥିତ ଥିଲେ ା