ଆଜି ସନ୍ଧ୍ୟାରେ ସରିବ ପୌର ପ୍ରଚାର

ଭୁବନେଶ୍ୱର,୨୨।୩(ବ୍ୟୁରୋ) : ଆସନ୍ତା ୨୪ରେ ୧୦୬ ପୌରସଂସ୍ଥା ଏବଂ ୩ ମହାନଗର ନିଗମରେ ହେବାକୁ ଯାଉଛି ପୌର ନିର୍ବାଚନ। ତେବେ ଆଜି ସନ୍ଧ୍ୟା ୫ଟାରୁ ସରିବ ପୌର ନିର୍ବାଚନ ପ୍ରଚାର । ହାତରେ ଆଉ ମାତ୍ର କିଛି ଘଣ୍ଟାର ସମୟ । ଏହାପରେ କୌଣସି ପ୍ରାର୍ଥୀ, ରାଜନୈତିକ ଦଳ କୌଣସି ପ୍ରକାରର ସଭାସମିତି, ପ୍ରଚାର ଆଦି କରିପାରିବେନି। ଯେଉଁ ଅଞ୍ଚଳରେ ନିର୍ବାଚନ ହେଉଥିବ ସେଠାରେ ବାହାର ଅଞ୍ଚଳର ରାଜନେତା ରହିବେ ନାହିଁ। ସେହିପରି ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ ହେଉଥିବା ସମସ୍ତ ସହରାଞ୍ଚଳରେ ୫ଦିନ ପାଇଁ ମଦ ବିକ୍ରି ଉପରେ ରୋକ ଲାଗିଛି। ଆଜି ସଂଧ୍ୟା ୫ଟାରୁ ୨୬ତାରିଖ ପର୍ଯ୍ୟନ୍ତ କୌଣସି ମଦ ଦୋକାନ, ରେସ୍ତୋରାଁ, ହୋଟେଲ,କ୍ଲବରେ ମଦ ବିକ୍ରି ହୋଇପାରିବନି ବୋଲି କୁହାଯାଇଛି। ନିର୍ବାଚନ ପ୍ରଚାର ସରୁଥିବା ବେଳେ ଆଜି ପ୍ରାର୍ଥୀମାନେ ଜୋରଦାର ପ୍ରଚାର କରୁଥିବା ଦେଖିବାକୁ ମିଳୁଛି। ବିଭିନ୍ନ ଦଳର ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକ ସହ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି।

Share