ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ମନୋଭାବ ଯୋଗୁ ଭାଙ୍ଗିଲା କେନାଲ

ମାଲକାନଗିରି,୨୧ା୪: ମାଲକାନଗିରି ଜିଲା ପୋଟେରୁ ଜଳସେଚନ ବିଭାଗର ତମସା ମୁଖ୍ୟ କେନାଲ ଭାଙ୍ଗି ବୁଧବାର ଏକ ଘାଇ ସୃଷ୍ଟି ହୋଇଛି। ଫଳରେ ପାଣି ମାଡି ଚାଷ ଜମି ବାଲିଚର ହୋଇଯାଇଛି। ଏପରି କି ୬ ଜଣଙ୍କ ଘରେ ପାଣି ପଶିଛି। ମିଳିଥିବା ସୂଚନା ମୁତାବକ, ସଦର ବ୍ଲକ ଅନ୍ତର୍ଗତ ତମସା ପଞ୍ଚାୟତ ଏମ୍‌ଭି-୨ ନିକଟରେ ଥିବା ବାମ ସାଇଡ୍‌ ତମସା କେନାଲରେ ଏକ ଘାଇ ହୋଇଥିଲା। ପାଣି ଦ୍ରୁତ ବେଗରେ ମାଡ଼ି ଆସି ଏମ୍‌ଭି-୨ ଗ୍ରାମ ଭିତରକୁ ପଶିଥିଲା। କନାଲ ବନ୍ଧ ଦୁର୍ବଳ ଥିବାନେଇ ପୂର୍ବରୁ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାକୁ ମରାମତି ନ କରିବାରୁ ଏପରି ପରିସ୍ଥିତି ସୃଷ୍ଟି ହେଲା ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଖବର ପାଇ ପୋଟେରୁ ଜଳସେଚନ ବିଭାଗ ଯନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚତ୍ ବନ୍ଧ ମରାମତି ଆରମ୍ଭ କରିଛନ୍ତି। ସୁର୍ଲୁକୋଣ୍ଡା ବ୍ୟାରେଜର ଦକ୍ଷିଣ ପାର୍ଶ୍ୱ କେନାଲ ପାଣିକୁ ବନ୍ଦ କରାଯାଇଛି।

Share