କାଏମ ରହିଲା ସମସ୍ତ ମେୟର ପ୍ରାର୍ଥିନୀଙ୍କ ପ୍ରାର୍ଥିତ୍ୱ

ଭୁବନେଶ୍ୱର,୯।୩(ବ୍ୟୁରୋ): ଆସନ୍ତା ପୌର ନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା ବୁଧବାର ଶେଷ ହୋଇଛି। ଏଥିରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର ସମସ୍ତ ୧୨ଜଣ ମେୟର ପ୍ରାର୍ଥିନୀଙ୍କ ପ୍ରାର୍ଥିତ୍ୱ କାଏମ ରହିଛି। ଏହାପରେ ୬୭ ଓ୍ବାର୍ଡ ଲାଗି ୩୬୦ କର୍ପୋରେଟର ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଯାଞ୍ଚ ଜାରି ରହିଛି। ସନ୍ଧ୍ୟା ସୁଦ୍ଧା ଏହି ଯାଞ୍ଚ ଶେଷ ହେବା ପରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରାଯିବ। ୧୪ ତାରିଖ ସନ୍ଧ୍ୟାରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ ବୋଲି ସୂଚନା ମିଳିଛି।

Share