ଲକ୍ଷ୍ନୌ,୧୮।୪: ବହୁଜନ ସମାଜ ପାର୍ଟୀ ପ୍ରାର୍ଥୀ ରାକେଶ କୁମାର କୁଶୱାହା ବାରୁଆଙ୍କୁ ଝାନସୀ-ଲଲିତପୁର ଲୋକ ସଭା ଆସନରୁ ଟିକେଟ୍ ଦେବାର ୮ ଦିନ ପରେ ଦଳରୁ ବହିଷ୍କୃତ କରାଯାଇଛି। ଏହା ବ୍ୟତୀତ ଜିଲା ସଭାପତି ଜୟପାଲ ଅହିରୱାରଙ୍କୁ ମଧ୍ୟ ହଟାଇ ବି.କେ ଗୌତମଙ୍କୁ ନୂତନ ଜିଲା ସଭାପତି ଭାବରେ ନିଯୁକ୍ତ କରାଯାଇଛି।
ସେହିପରି କୁଶଓ୍ବାହାଙ୍କ ସ୍ଥାନରେ ନୂତନ ପ୍ରାର୍ଥୀ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ବହୁ ପ୍ରତୀକ୍ଷା ପରେ ବାହୁଜନ ସମାଜ ପାର୍ଟି ରାକେଶ କୁଶୱା ବାରୁଆଙ୍କୁ ଝାନସୀ-ଲଲିତପୁର ଲୋକ ସଭା ଆସନରୁ ଏପ୍ରିଲ ୯ରେ ପ୍ରାର୍ଥୀ ଘୋଷଣା କରିଥିଲା।