ଜଳୁଛି ରାଜଧାନୀ

ଭୁବନେଶ୍ୱର,୨୫ା୫(ବ୍ୟୁରୋ): ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଗୁରୁବାର ରାଜଧାନୀ ଭୁବନେଶ୍ୱର ଜଳୁଛି। ସକାଳ ୮ଟାରୁ ତାତି ବଢ଼ି ସାଢ଼େ ୧୧ଟା ସୁଦ୍ଧା ଏହା ୩୯.୨ ଡିଗ୍ରୀରେ ପହଞ୍ଚିଥିଲା। ଖାଲି ଭୁବନେଶ୍ୱର ନୁହେଁ ସମ୍ବଲପୁରରେ ମଧ୍ୟ ତାପମାତ୍ରା ୩୯.୨ ଡିଗ୍ରୀ ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂତ୍ରରୁ ପ୍ରକାଶ।

ସେହିପରି ଝାରସୁଗୁଡ଼ାରେ ପୂର୍ବାହ୍ନ ସୁଦ୍ଧା ତାପମାତ୍ରା ୩୮.୪ ଡିଗ୍ରୀ ଥିବା ବେଳେ ହୀରାକୁଦରେ ୩୭.୪, ଚାନ୍ଦବାଲିରେ ୩୫.୬, କେନ୍ଦୁଝର ଏବଂ ବାଲେଶ୍ୱରରେ ୩୫ ଡିଗ୍ରୀ, ପୁରୀରେ ୩୩ ଡିଗ୍ରୀ, ପାରାଦୀପ ଏବଂ ଗୋପାଳପୁରରେ ୩୩.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Share