Categories: ଜାତୀୟ

ଶୀତରେ ଥରୁଛି ରାଜଧାନୀ

ନୂଆଦିଲ୍ଲୀ,୫।୧: ରାଜଧାନୀ ଦିଲ୍ଲୀ ଠାରୁ ଆରମ୍ଭ କରି ଦେଶର ଅନେକ ସ୍ଥାନରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଭାରତ ପାଣିପାଗ ବିଭାଗ ଅନୁଯାୟୀ, ଦିଲ୍ଲୀର ଲୋଧି ରୋଡରେ ଗୁରୁବାର ସର୍ବନିମ୍ନ ତାପମାତ୍ରା ୨.୮ ଡିଗ୍ରୀ ସେଲସିୟସ ରେକର୍ଡ କରିଛି। ରାଜଧାନୀରେ ଚଳିତ ସିଜିନ୍‌ରେ ଏହା ସର୍ବନିମ୍ନ ତାପମାତ୍ରା। ଏଥିସହିତ ସଫଦରଜଙ୍ଗରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଥିଲା। ଏହା ପୂର୍ବରୁ ବୁଧବାର ସକାଳେ ସର୍ବନିମ୍ନ ତାପମାତ୍ରା ୪.୪ ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଥିଲା। ସକାଳୁ କୁହୁଡ଼ିରେ ଆବୃତ ରାଜଧାନୀ ଦିଲ୍ଲୀରେ ଧର୍ମଶାଳା, ନୈନିତାଲ ଏବଂ ଡେରାଡୁନ ଅପେକ୍ଷା ଅଧିକ ଥଣ୍ଡା ଅନୁଭୂତ ହେଉଛି।
ପାଣିପାଗ ବିଭାଗ ଅନୁଯାୟୀ, ଘନ କୁହୁଡ଼ି ଏବଂ ଥଣ୍ଡା ତରଙ୍ଗର ଅବସ୍ଥା ଆସନ୍ତା ୩ ଦିନ ଉତ୍ତର ଭାରତରେ ଜାରି ରହିବ।

Share