‘ଜୟ ଶ୍ରୀରାମ’ ନାରାରେ କମ୍ପିଲା ରାଜଧାନୀ: ବଜରଙ୍ଗ ଦଳ ପକ୍ଷରୁ ବିରାଟ ଶୋଭାଯାତ୍ରା

ଭୁବନେଶ୍ୱର,୬।୪(ସୌମ୍ୟରଞ୍ଜନ ରାଉତ): ବିଶ୍ୱ ହିନ୍ଦୁ ପରିଷଦର ଯୁବ ସଙ୍ଗଠନ ବଜରଙ୍ଗ ଦଳ ପକ୍ଷରୁ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଶ୍ରୀରାମ ମୋହତ୍ସବ ଶୋଭାଯାତ୍ରା ମହାଆଡ଼ମ୍ବରରେ ପାଳନ ହୋଇଯାଇଛି। ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଅଗଣିତ ହିନ୍ଦୁଙ୍କର ଆରାଧ୍ୟ ଦେବତା ତେଣୁ ପୁର-ପଲ୍ଲୀଠାରୁ ଆରମ୍ଭ କରି ଭୁବନେଶ୍ୱର ଏବଂ ଦିଲୀ ପର୍ଯନ୍ତ ବଜରଙ୍ଗ ଦଳ ଏହି ଦିନକୁ ଅତ୍ୟନ୍ତ ଉତ୍ସାହର ସହ ପାଳନ କରିଥାଏ।

ସେହିଭଳି ରବିବାର ପ୍ରାୟ ଦଶ ହଜାରରୁ ଉର୍ଦ୍ଧ କର୍ମକର୍ତ୍ତା ହାତରେ ଗେରୁଆ ପତାକା ଧରି ହନୁମାନ ବେଶରେ ଜୟ ଶ୍ରୀରାମ ଧ୍ୱନି ସହ ସ୍ଥାନୀୟ ୟୁନିଟ୍‌-୩ ରାମ ମନ୍ଦିର ଠାରୁ ରାଜମହଲ ଛକ ପର୍ଯ୍ୟନ୍ତ ବିରାଟ ଶୋଭାଯାତ୍ରା ଦେଖାଇଥିଲେ।

ଏହି ଶୋଭାଯାତ୍ରାଟି ବିଶ୍ବହିନ୍ଦୁ ପରିଷଦର ମାର୍ଗ ଦର୍ଶନରେ ଏବଂ ବଜରଙ୍ଗ ଦଳର ପ୍ରାନ୍ତ ସଂଯୋଜକ ପ୍ରଭାତ ଭୂଷଣ ତ୍ରିପାଠୀଙ୍କ ନେତୃତ୍ୱରେ ହୋଇଥିବା ବେଳେ ବିଶ୍ୱହିନ୍ଦୁ ପରିଷଦର ଜିଲା ସଭାପତି ପ୍ରଦୀପ ମହାନ୍ତି, ଉପ-ସଭାପତି ଶିବାଶିଷ ମହାପାତ୍ର, ଜିଲ୍ଲା ସମ୍ପାଦକ ଶୁଭ୍ରାଂଶୁ ଶତପଥି, ସହ-ସମ୍ପାଦକ ଶୁଭେନ୍ଦୁ ରାଉତ, ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ପ୍ରତ୍ୟୁଷ ରାଉତରାୟ, ସହ-ସଂଯୋଜକ ଅଭିମନ୍ୟୁ ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ।

ଶ୍ରୀରାମ ନବମୀ ଅବସରରେ ରାଜଧାନୀ ୟୁନିଟ୍‌-୩ ରାମ ମନ୍ଦିରରେରାମନବମୀ ପାଇଁ ମୁଖ୍ୟ ଆକର୍ଷଣ ସାଜିଥିଲା। ଭୋର ସମୟରୁ ରାତି ପହଡ଼ ପଡ଼ିବା ପର୍ଯନ୍ତ ହଜାର ହଜାର ଶ୍ରଦ୍ଧାଳଙ୍କ ସମାଗମ ହୋଇଥିଲା। ଶାନ୍ତିଶୃଙ୍ଖଳା ସହ ପ୍ରଭୁ ଶ୍ରୀରାମ, ମା ସୀତା ଓ ଲକ୍ଷ୍ମଣଙ୍କ ଭକ୍ତମାନେ ଦିବ୍ୟ ଦର୍ଶନ କରିଥିଲେ। ଅସହ୍ୟ ତାତିର କ୍ଷନ୍ତ୍ରଣାକୁ ସହ୍ୟ କରି ମଧ୍ୟ ଶ୍ରଦ୍ଧାଳୁମାନେ ବହୁ ସମୟ ଲାଇନ୍‌ ଲଗାଇ ଦର୍ଶନ କରିଥିଲେ। ଏଥିସହ ମନ୍ଦିରରେ ରାମଚରିତ ମାନସ ପାଠ କରାଯିବା ସହ ଭଜନ, ଜଣାଣ, ରାମନାମ ଜପ ସହ ମନ୍ଦିର ପରିସରରେ ଆଧ୍ୟାତ୍ମିକ ବାତାବରଣ

ସୃଷ୍ଟି ହୋଇଥିଲା। ସେହିପରି ୟୁନିଟି-୩ ରାମ ମନ୍ଦିର ସହ ଅନ୍ୟ ସ୍ଥାନରେ ଥିବା ମନ୍ଦିରଗୁଡ଼ିକରେ ଆକର୍ଷଣୀୟ ସାଜସଜ୍ଜା ସହ ରାସ୍ତାରେ ଦୁଇପଟରେ ଗେଗୁଆ ପତାକାର ସଜ୍ଜିକରଣ ଏକ ଶୁସୋଭିତ ଆକର୍ଷଣ ସୃଷ୍ଟି କରୁଥିଲା। ଏଥିସହ ମନ୍ଦିର ଚାରିପଟେ ବିଭିନ୍ନ ଅନୁଷ୍ଠାନ ମାନଙ୍କର ପ୍ରସାଦ ସେବନ ଓ ପଣା ବଣ୍ଟନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ଅନ୍ଧାର ହୋଇଗଲା ଭୁବନେଶ୍ୱର, ମାଡ଼ି ଆସିଲା ଝଡବର୍ଷା

ଭୁବନେଶ୍ୱର,୧୨।୪: ଅଚାନକ ଅନ୍ଧାର ହୋଇଗଲା ଭୁବନେଶ୍ବର। ଆକାଶରେ ଘୋଟି ଆସିଲା କଳାହାଣ୍ଡିଆ ମେଘ। କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ଗର୍ଜନ କରୁଛି ମେଘ। ତେବେ ବିଜୁଳି ଘଡଘଡି...

ସାଇଡ୍‌ ଦେବାକୁ ଯାଇ ନିୟନ୍ତ୍ରଣ ହରାଇଲେ ଡ୍ରାଇଭର, ତପ୍ତପାଣି ଘାଟିରେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଲେ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ଜିଲା ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି ଘାଟି ରାସ୍ତାର ଏସ୍‌ ବୁଲାଣୀରେ ନାୟକ ଆଣ୍ଡ ନାୟକ ନାମକ...

ଗଞ୍ଜେଇ ଚାଲାଣ କରୁଥିଲେ, ୩ ଆଇଆର୍‌ବି ଯବାନଙ୍କୁ ବହିଷ୍କୃତ କଲେ ବୌଦ୍ଧ ଏସ୍‌ପି, ଗିରଫ ପରେ କୋର୍ଟଚାଲାଣ

ବୌଦ୍ଧ,୧୨।୪(ଅଜିତ କୁମାର ବାରିକ): ବୌଦ୍ଧ ଜିଲାର ମନମୁଣ୍ଡା ଥାନାରେ ମାଓବାଦୀ ଅପରେଶନ ପାଇଁ ବାରାକ୍‌ରେ ଆଇଆର୍‌ବି ଯବାନମାନେ ନିୟୋଜିତ ଥିଲେ। କିନ୍ତୁ ବାରାକରେ ଗଞ୍ଜେଇ ରଖି...

Modi Cabinet Reshuffle : ଖୁବଶୀଘ୍ର ମୋଦିଙ୍କ କ୍ୟାବିନେଟ ସମ୍ପ୍ରସାରଣ: ମୁସଲିମ ଚେହେରାକୁ ନେଇ ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୨।୪: ବର୍ତ୍ତମାନ, ଭାରତରେ ୱକଫ ସଂଶୋଧନ ଆଇନ 2025 ଏବଂ ମୁସଲିମ ସମ୍ପ୍ରଦାୟ ସହିତ ଜଡିତ ବିଭିନ୍ନ ଆଲୋଚନାକୁ ନେଇ ରାଜନୀତି ସରଗରମ ରହିଛି। ଏହି...

୧୯ରେ ବିଜେଡି ସଭାପତି  ନିର୍ବାଚନ: ୩ ବରିଷ୍ଠ ନେତାଙ୍କ ନାଁକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୧୨।୪: ଆସନ୍ତା ୧୯ରେ ବିଜେଡି ସଭାପତି  ନିର୍ବାଚନ ହେବ ଏଥର ନୂଆ ଢାଞ୍ଚାରେ ସଂଗଠନ ଗଢ଼ିବ ବିଜେଡି । ପୁଣି ନବୀନ ସଭାପତି ନିର୍ବାଚିତ ହେବେ...

ଅଭାବନୀୟ: ବାପାଙ୍କୁ ହାଣିଲା ନାବାଳକ ପୁଅ, କଟକ ସ୍ଥାନାନ୍ତର ହେଲେ…

ବାଲେଶ୍ୱର, ୧୨।୪(ବାଞ୍ଛାନିଧି ଦେ): ପାରିବାରିକ କଳହରୁ ପରିବାର ମଧ୍ୟରେ ବୁଲିଲା ତେଲେଙ୍ଗା କଟୁରି । ବାପାଙ୍କୁ ହାଣିଲା ନାବାଳକ ପୁଅ । ଏଭଳି ଅଭାବନୀୟ ଘଟଣା...

ପ୍ରଥମଥର ରାଷ୍ଟ୍ରପତିଙ୍କୁ ଏମିତି ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ: ୩ ମାସରେ ନିର୍ଣ୍ଣୟ ନିଅ

ନୂଆଦିଲ୍ଲୀ,୧୨।୪: ରାଜ୍ୟପାଳମାନଙ୍କ ଦ୍ୱାରା ପଠାଯାଇଥିବା ବିଲ ଉପରେ ତିନି ମାସ ମଧ୍ୟରେ ନିଷ୍ପତ୍ତି ନିଆଯିବା ଉଚିତ ବୋଲି ପ୍ରଥମଥର ସୁପ୍ରିମକୋର୍ଟ ରାଷ୍ଟ୍ରପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ...

ବଲାଙ୍ଗୀରରେ ଚାଞ୍ଚଲ୍ୟ: ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ହାଣିଲେ, ରାସ୍ତାରେ ପଡ଼ିଛି ରକ୍ତାକ୍ତ ମୃତଦେହ

ବଲାଙ୍ଗିର,୧୨।୪(ସୁନୀଲ କୁମାର ମହାନ୍ତି): ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ଟାଙ୍ଗିଆରେ ହାଣି ବିଭତ୍ସ ହତ୍ୟା। ବଲାଙ୍ଗୀର ଜିଲା ଚିମିନିଭାଟି ପଡ଼ା ପ୍ରାଥମିକ ସ୍କୁଲ ନିକଟ ଜନଗହଳି ରାସ୍ତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image