Categories: ଖେଳ

ଲାଇଭ୍‌ ମ୍ୟାଚ୍‌ ସମୟରେ ପଡ଼ିଆରେ ଭୋ ଭୋ ହୋଇ କାନ୍ଦିଲେ ଅଧିନାୟକ: ଜାଣନ୍ତୁ କାହିଁକି

ଦୁବାଇ,୧୫।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ପାକିସ୍ତାନ ଅଧିନାୟକ ଫାତିମା ସନା କାନ୍ଦୁଥିବା ଦେଖିବାକୁ ମିଳିଥିଲା। ସେ ନ୍ୟୁଜିଲାଣ୍ଡ ବିପକ୍ଷି ମ୍ୟାଚ ପୂର୍ବରୁ ସେ ତାଙ୍କ ପିତାଙ୍କୁ ହରାଇଥିଲେ। ଏହି କାରଣରୁ ସେ ଟୁର୍ନାମେଣ୍ଟରେ ଶେଷ ମ୍ୟାଚ ଖେଳି ନ ଥିଲେ, କାରଣ ତାଙ୍କୁ ପାକିସ୍ତାନ ଯିବାକୁ ପଡିଥିଲା।

ପିତାଙ୍କ ମୃତ୍ୟୁ ପରେ ସନା ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବାକୁ ଆସିବାବେଳେ ଜାତୀୟ ସଂଗୀତର ସ୍ବର ଶୁଣିବା ପରେ କାନ୍ଦିବାକୁ ଲାଗିଥିଲେ। ଦୁବାଇ ଷ୍ଟାଡିୟମରୁ ପାକିସ୍ତାନ ଅଧିନାୟକଙ୍କ କାନ୍ଦିବାର ଭିଡିଓ ବର୍ତ୍ତମାନ ଭାଇରାଲ ହୋଇଛି।

ସନାଙ୍କ ଏହି ଦୁଃଖ ମ୍ୟାଚରେ ପ୍ରଦର୍ଶନକୁ ମଧ୍ୟ ପ୍ରଭାବିତ କରିଥିଲା। ସେ ବଲ ସହିତ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ସେ ନିଜ କୋଟାର ପୂର୍ଣ୍ଣ ୪ ଓଭର ବୋଲିଂ ମଧ୍ୟ କରିପାରି ନ ଥିଲେ। ସେ ୨ ଓଭରରେ ୧୭ ରନ ଦେଇଥିଲେ ଏବଂ ଗୋଟିଏ ଉଇକେଟ ମଧ୍ୟ ପାଇ ନ ଥିଲେ। କେବଳ ଏତିକି ନୁହେଁ, ମ୍ୟାଚ୍‌ରେ ସେ ଗୋଟିଏ ପରେ ଗୋଟିଏ କ୍ୟାଚ ଛାଡୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ସେ ୨୧ରୁ ଅଧିକ ରନ ସ୍କୋର କରିପାରି ନ ଥିଲେ।

Share