ଉଡ଼ନ୍ତା ବିମାନରେ ମହିଳା ପାଇଲଟଙ୍କ ସହ କ୍ୟାପଟେନ୍‌ କଲେ ଏମିତି, କୋର୍ଟ ଦେଲେ ଏପରି ରାୟ

ଓ୍ବାଶିଂଟନ,୩୦ା୫: ଆମେରିକାରେ ଏକ ଉଡ଼ନ୍ତା ବିମାନରେ ଜଣେ ମହିଳା ପାଇଲଟଙ୍କ ସାମ୍ନାରେ କ୍ୟାପଟେନ୍‌ ଖରାପ ଆଚରଣ ପ୍ରଦର୍ଶନ କରିଥିଲେ। ଫଳରେ ଅଭିଯୁକ୍ତ କ୍ୟାପଟେନଙ୍କୁ ବର୍ଷେ ପାଇଁ ଚାକିରିରୁ ନିଲମ୍ବନ କରାଯାଇଥିବା ବେଳେ ୫ ହଜାର ଡଲାର ଜରିମାନା ବି କରାଯାଇଛି।

ଏହି ଘଟଣା ୨୦୨୦ ଅଗଷ୍ଟ ୧୦ରେ ଘଟିଥିଲା। ଯେତେବେଳେ ଫିଲାଡେଲ୍‌ଫିଆରୁ ଅରଲାଣ୍ଡଙ୍କୁ ସାଉଥ୍‌ଓ୍ବେଷ୍ଟ ଏୟାରଲାଇନ୍ସ ଉଡ଼ାଣ କରୁଥିଲା। ଏହି ସମୟରେ ବିମାନରେ ୬୦ ବର୍ଷୀୟ କ୍ୟାପଟେନ ମାଇକେଲ୍‌ ହକ୍‌ ଜଣେ ମହିଳା ପାଇଲଟଙ୍କ ସାମ୍ନାରେ ଖରାପ କାମ କରିଥିଲେ। କ୍ୟାପଟେନ କକ୍‌ପିଟ୍‌ରେ ଲାପ୍‌ଟପ୍‌ ରଖି ଅଶ୍ଳୀଳ ଫିଲ୍ମ ଦେଖୁଥିଲେ। ଯାହା ମହିଳା ପାଇଲଟଙ୍କୁ ଖରାପ ଲାଗିଥିଲା।

ଏନେଇ ମହିଳା ପାଇଲଟ କୋର୍ଟର ଆଶ୍ରୟ ନେଇଥିଲେ। ଏବେ କୋର୍ଟ ଏହାର ଶୁଣାଣି କରିଛନ୍ତି। ଏଥିରେ କ୍ୟାପଟେନଙ୍କୁ ୫୦୦୦ ଡଲାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Share