ଲାହୋର,୧୫।୧: ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ବାବର ଆଜମ ଯୌନ ଶୋଷଣ ମାମଲାରେ ଫସିଯାଇଛନ୍ତି। ଲାହୋରର ଏକ ଅଦାଲତ ତାଙ୍କ ନାଁରେ ମାମଲାରେ ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲାହୋର ବାସିନ୍ଦା ହମିଜା ମୁଖତାର୍ ନାମକ ଯୁବତୀ ବାବରଙ୍କ ନାଁାରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ୧୦ ବର୍ଷ ହେବ ବାବର୍ ତାଙ୍କ ଯୌନ ନିର୍ଯାତନା ଦେବା ସହ ଜବରଦସ୍ତି ଗର୍ଭପାତ କରାଇବା ଏବଂ ବିବାହର ମିଥ୍ୟା ପ୍ରତିଶୃତି ଦେବା ଅଭିଯୋଗ କରିଥିଲେ। ସେ ସମସ୍ତ ପ୍ରମାଣ ପତ୍ର ପୋଲିସ ଷ୍ଟେଶନରେ ଦାଖଲ କରିଥିଲେ। ଯୁବତୀ ଜଣଙ୍କ କହିଛନ୍ତି, ଆଥିକ ପରିସ୍ଥିତି ଖରାପ ଥିବାବେଳେ ସେ ବାବରଙ୍କ ସହାୟତା କରିଥିଲେ। ୨୦୧୦ରେ ସେ ତାଙ୍କୁ ବିବାହ କରିବା ପାଇଁ ପ୍ରତିଶୃତି ଦେଇଥିଲେ। କିନ୍ତୁ କ୍ରିକେଟର୍ ଭାବେ ପ୍ରସିଦ୍ଧି ଲାଭ କରିବା ପରେ ସେ ମୋତେ ଅଣଦେଖା କରିଦେଇଥିଲେ ବୋଲି ସେ ଅଭିଯୋଗ କରିଥିଲେ।