ଦ୍ରୁତ ଗତିରେ ଆସି ଘରେ ପଶିଗଲା କାର୍‌, ଆଉ ତା’ ପରେ…

ଲଣ୍ଡନ,୨୫ା୧୧: ବ୍ରିଟେନର ଜଣେ ଯୁବକ ଦ୍ରୁତଗତିରେ ଏକ କାର୍‌ ଚଳାଇ ଏକ ଘର ଭିିତରେ ପଶିଗଲେ। ଯେତେବେଳେ ବାହାରକୁ ଆସିଲେ, ସେତେବେଳେ ଘରର ମୁଖ୍ୟ ଦ୍ୱାର କବାଟ ଭାଙ୍ଗି ତାଙ୍କ କାର୍‌ରେ ଲାଖି ରହିଥିଲା। ଏହି ଘଟଣା ଜଣା ପଡ଼ିବା ପରେ ତାଙ୍କୁ ଗିରଫ କରାଯାଇଥିଲା।

ଓ୍ବେଷ୍ଟ୍‌ ୟାର୍କଶାୟର୍‌ ପୋଲିସର ସୂଚନାନୁସାରେ, ଡ୍ୟୁସବେରୀସ୍ଥିତ ଏକ ଘର ଭିତରକୁ ଯୁବକ ଜଣକ ଏକ ଅଡିକାର୍‌ ପୂରାଇ ଦେଇଥିଲେ। ଫଳରେ ଘରର ଆଗ କବାଟ ତାଙ୍କ କାର୍‌ର ଓ୍ବିଣ୍ଡୋସିଲ୍ଡ ଭିତରକୁ ପଶି ଯାଇଥିଲା, ଅଜଣା ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପରେ ତାଙ୍କୁ ଗିରଫ କରାଯାଇଥିଲା।

ମଦ୍ୟପାନ କିମ୍ବା ଡ୍ରଗ୍ସ କାରଣରୁ ଗାଡ଼ି ଚଳାଇବା ସନ୍ଦେହରେ ଗାଡ଼ିଚାଳକଙ୍କୁ ଗିରଫ କରାଯାଇଥିଲା। ଏହି ସମୟରେ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମରେ ଏହି ଅଜବ ଘଟଣା ଭାଇରାଲ ହୋଇଥିଲା। ଲୋକମାନେ ଏପରି ପ୍ରତିକ୍ରିୟା ଦେଇଛନ୍ତି। ଜଣେ ଟ୍ବିଟର ବ୍ୟବହାରକାରୀ କହିଛନ୍ତି, ‘ସମ୍ପୂର୍ଣ୍ଣ ନିର୍ଦ୍ଦୋଷ। ଜଣାଯାଉଛି ତାଙ୍କୁ ଫସାଇ ଦିଆଯାଇଛି।

ତେବେ ଡ୍ରାଇଭର ଗୁରୁତର ହୋଇନାହାନ୍ତି। ପୋଲିସର ମୁଖପାତ୍ର କହିଛନ୍ତି ଯେ, ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେ ସୁସ୍ଥ ଅଛନ୍ତି।

Share