ରାସ୍ତା କଡ଼ରେ ଜଳିଗଲା କାର୍‌, ପରେ ବାହାରିଲା ଗଞ୍ଜେଇ

ମାଲକାନଗିରି,୨୨।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲାର ଏମ୍ଭି ୧୬ ଗ୍ରାମ ନିକଟରେ ଏକ କାର ଜଳି ପୋଡି ନଷ୍ଟ ହୋଇ ଯାଇଥିବା ଦେଖିବାକୁ ମିଳିଛି । ଗ୍ରାମବାସୀଙ୍କ କହିବା ଅନୁଯାୟୀ, କାର୍ ଟି ମାଲକାନଗିରିରୁ ଆସି କାଲିମେଳା ଦିଗରେ ଯାଉଥିବା ସମୟରେ ହଠାତ କାରଟି ଗ୍ରାମ ମୁଖ୍ୟ ରାସ୍ତା କଡରେ ଅଟକି ଯାଇଥିଲା। ପରେ କାର ଚାଳକ ବାହାରିବା ମାତ୍ରେ ସେଥିରେ ନିଆଁ ଲାଗିଯାଇଥିଲା। ପରବର୍ତୀ ସମୟ ଗ୍ରାମବାସୀ ଏବଂ ଅଗ୍ନିଶମ କର୍ମଚାରୀଙ୍କ ସାହାଯ୍ୟରେ ନିଆଁକୁ ଆୟତ କରାଯାଇଥିଲା । ସୌଭାଗ୍ୟ ବସତ କାର ଟିରେ କେହି ଯାତ୍ରୀ ନ ଥିଲେ । ତେବେ ଗାଡିଟି ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଛି । ଦମକଳ ବହିନୀଙ୍କ ଯାଞ୍ଚ ସମୟରେ ସେଥିରେ ଗଞ୍ଜେଇ ଥିବା ଦେଖିବାକୁ ମିଳିଛି। ଗାଡିଟି କାହାର ଏବଂ କିଭଳି ନିଆଁ ଲାଗିଗଲା ସେନେଇ କୌଣସି ସ୍ପଷ୍ଟ ତଥ୍ୟ ମିଳି ପାରିନାହିଁ । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଗାଡ଼ି ଚାଳକକୁ ଖୋଜୁଛି।