ରାସ୍ତାରେ ନିଆଁ ଲଗାଇ ସେକି ହେଉଥିବା ବେଳେ ଚଢ଼ିଗଲା କାର: ୩ ଗୁରୁତର

ଦେବଗଡ଼,୨୯ା୧୨(ଡ଼ି.ଏନ୍‌.ଏ.): ଦେବଗଡ଼ ଜିଲା ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ କାଇବେଙ୍କ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରବଳ ଶୀତ ଯୋଗୁ ଗ୍ରାମର କେତେକ ଲୋକେ ରାସ୍ତା କଡରେ ନିଆଁ ଲଗାଇ ସେକି ହେଉଥିବା ବେଳେ ଏକ ଚଳନ୍ତା କାର୍‌ ସେମାନଙ୍କ ଉପରେ ଚଢିଯାଇଥିଲା। ଏଥିରେ ୬ ଜଣ ଆହତ ହୋଇଥିବା ଜଣାପଡିଛି ା ସେମାନଙ୍କ ମଧ୍ୟରୁ ତିନିଜଣ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।