ବିନମ୍ରତାକୁ ସର୍ବଶ୍ରେଷ୍ଠ ପୁଞ୍ଜି ବୋଲି କୁହାଯାଏ। ଯଦି ତୁମେ ନମ୍ର ତେବେ ତୁମ ପାଖରେ ଦୁନିଆର ସବୁଠାରୁ ଅଧିକ ଧନ ଅଛି ବୋଲି ଧରି ନେବ। ନମ୍ରତା ଗୁଣ ଥିଲେ ସବୁ ଲୋକ ଭଲ ପାଆନ୍ତି। ସମଗ୍ର ବିଶ୍ୱରେ ଲୋକମାନେ ସେମାନଙ୍କର ଭଲ ଆଚରଣ ହେତୁ ଲୋକଙ୍କ ହୃଦୟ ଜିତନ୍ତି। କିନ୍ତୁ କିଛି ଲୋକ ଅଛନ୍ତି, ଯେଉଁମାନେ ସେମାନଙ୍କର ଖରାପ ଆଚରଣ ଦ୍ୱାରା ଅନ୍ୟମାନଙ୍କୁ ଆଘାତ କରିବା ସେମାନଙ୍କର ଗର୍ବ ବୋଲି ଭାବନ୍ତି। ସୋସିଆଲ ମିଡିଆରେ ଏବେ ସେମିତି ଏକ ଭିଡିଓ ଦେଖିବାକୁ ମିଳିଛି। ଭିଡିଓଟି ଚାଇନାରୁ ଆସିଛି। ଯାହା ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ବହୁତ ରାଗିଛନ୍ତି।
ଭିଡିଓଟି ପ୍ରଥମେ ‘ଆର୍ ମେଡ୍ ମି କ୍ରାଇ’ (r / MadeMeCry)ରେ ଶେୟାର କରାଯାଇଥିଲା। ଏଥିରେ କ୍ୟାପଶନ ଲେଖାଥିଲା, ପମ୍ପ କର୍ମଚାରୀଙ୍କୁ ଦେବା ପରିବର୍ତ୍ତେ ଜଣେ ବ୍ୟକ୍ତି ଟଙ୍କାକୁ ଭୂମିରେ ଫିଙ୍ଗି ଦେଇଛନ୍ତି। ଏହା ପରେ @TheFigen_ ନାମକ ଏକ ଟୁଇଟର ଆକାଉଣ୍ଟରେ ଏହା ଶେୟାର କରାଯାଇଛି। ମହିଳା ଶ୍ରମିକଙ୍କ ପାଇଁ ଏକ ସ୍ନେହପୂର୍ଣ୍ଣ ଇମୋଜି ଦେଇ ୟୁଜର ଲେଖିଛନ୍ତି, ସେ ଏହି ଆଚରଣର ଯୋଗ୍ୟ ନୁହନ୍ତି। ଭଗବାନ ତାଙ୍କୁ ବହୁତ ଭଲପାଇବା ଦିଅନ୍ତୁ।