Advertisement

ଘର ଭିତରେ ପଶିଗଲା କାର୍‌, ଚାଲିଗଲା ମହିଳାଙ୍କ ଜୀବନ

ବୌଦ୍ଧ,୧୪ା୫(ସ୍ବ.ପ୍ର.): ବୌଦ୍ଧ ଜିଲା ଦେଇ ଯାଇଥିବା ୫୭ ନଂ ଜାତୀୟ ରାଜପଥର ରାଧାନଗର ପଞ୍ଚାୟତ ଅନ୍ତର୍ଗତ ଲୁହୁରାଗଡ଼ିଆ ଛକ ନିକଟରେ ରବିବାର ଏକ ଘର ଭିତରକୁ କାର୍‌ ପଶି ଯିବାରୁ ଜଣେ ମହିଳାଙ୍କ ଜୀବନ ଯାଇଛି। ମୃତ ମହିଳା ଜଣଙ୍କ ହେଲେ ସେହି ଗ୍ରାମର ପାନେଶ୍ୱରୀ ଧଳ।

ସୂଚନାନୁଯାୟୀ, ଆଜି ଭୋର୍‌ ସମୟରେ ଭୁବନେଶ୍ୱରରୁ ବୌଦ୍ଧ ଅଭିମୁଖେ ଏକ କାର୍‌ ଆସୁଥିବା ବେଳେ ହଠାତ ରାସ୍ତାରେ ଥିବା ଘର ଭିତରକୁ ପଶିଯାଇ ଓଲଟି ପଡ଼ିଥିଲା। ମହିଳାଙ୍କର ମୃତ୍ୟୁ ଘଟିବାରୁ ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share