ମହାନଦୀରେ ଭାସିଗଲା କାର

ଜଗତସିଂହପୁର,୧୮।୯: ଜଗତସିଂହପୁର ରାହାମା ନିକଟ ହରିପୁର ରାସ୍ତାରେ ଏକ କାର ଭାସି ଯାଇଛି । ପ୍ରାୟ ୧୦୦ ମିଟର ଭାସିଗଲା ପରେ ଏକ ସାହାଡ଼ା ଗଛରେ କାରଟି ଲାଗି ରହିଛି । କାରରେ କେତେ ଜଣ ଥିଲେ ସ୍ପଷ୍ଟ ହୋଇନାହିଁ । ଜଣେ କାର୍‌ ଉପରେ ଓ ଅନ୍ୟ ଜଣେ ଗଛ ଉପରେ ଆଶ୍ରୟ ନେଇଛନ୍ତି । ଓଡ୍ରାଫ ଟିମ ପହଞ୍ଚି ଉଦ୍ଧାର ପାଇଁ ଉଦ୍ୟମ କରୁଛନ୍ତି ।
ସୂଚନାଯୋଗ୍ୟ, ମହାନଦୀରେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ୩ ଦିନ ହେଲାଣି ହରିପୁର ରାସ୍ତା ଉପରେ ୩ ଫୁଟରୁ ବେଶୀ ପାଣି ପ୍ରବାହିତ ହେଉଛି ।