ବାରିପଦା ଅଫିସ,୧ା୫: ବାରିପଦା ଉପକଣ୍ଠ ୧୮ନଂ ଜାତୀୟ ରାଜପଥ ସଦର ଥାନା ଅଧୀନ ମଞ୍ଚାବନ୍ଧାରେ ରବିବାର ଏକ ଟ୍ରକ ପଛରେ କାର୍ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ କାର୍ ଚାଳକ ତଥା ମହିଳା ଓ ପ୍ରସୂତି ବିଭାଗର ବରିଷ୍ଠ ବିଶେଷଜ୍ଞ ଡା. ଅଞ୍ଜନ ଷଡ଼ଙ୍ଗୀ କାର୍ ଭିତରେ ଫସି ରହିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କଟର ସହାୟତାରେ ଉଦ୍ଧାର କରି ବାରିପଦା ପିଆରଏମ ମେଡିକାଲରେ ଭର୍ତ୍ତି କରାଯାଇଛି। ସେ ବାଲେଶ୍ବରରୁ ବାରିପଦା ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ତେବେ ରିପୋର୍ଟ ଲେଖା ହେବା ବେଳକୁ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିଥିବା ସୂଚନା ମିଳିଛି।