ଗଞ୍ଜାମ,୨୦ା୧୨(ଡି.ଏନ୍.ଏ.): ଗଞ୍ଜାମ ସହରର ମୁଖ୍ୟ ଡ୍ରେନ୍ରେ ସୋମବାର ଗୋଟିଏ କାର୍ ପଶି ଯାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି l ଏହି କାର୍ରେ ତିନି ମହିଳା ଓ ଜଣେ ଶିଶୁ ଥିଲେ l ଜଣେ ମହିଳାଙ୍କ ହାତରେ ଆଘାତ ଲାଗିଥିବା ବେଳେ ଅନ୍ୟମାନେ ସୁସ୍ଥ ଅଛନ୍ତି l ସ୍ଥାନୀୟ ଅଞ୍ଚଳର ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀ,ସରପଞ୍ଚ ସନ୍ତୋଷ ରେଡ୍ଡୀ, ଲୋକା ବେହେରା, ବାବୁଲା ବିଷୋୟୀଙ୍କ ସମେତ ଅନ୍ୟମାନେ ଡ୍ରେନ ଭିତରେ ଫସି ଥିବା କାର୍କୁ ଉଦ୍ଧାର କରିଥିଲେ। ବ୍ରହ୍ମପୁରରୁ କାର୍ଟି ମାଲୁଦ ଯାଉଥିବା ବେଳେ ବ୍ଲକ ଗେଟ୍ ସାଇଡ୍ରେ ଥିବା ଏକ ଇଣ୍ଡିକାକୁ ଧକ୍କା ଦେଇ ଡ୍ରେନ୍ ମଧ୍ୟରେ ପଶି ଯାଇଥିଲା l ଖବର ପାଇ ଗଞ୍ଜାମ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।