ରାଜପଥରେ ଓଲଟିଲା କାର

ରୂପସା,୧୫।୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ୬୦ ନଂ. ଜାତୀୟ ରାଜପଥର ହଳଦୀପଦା ବାଇପାସଠାରେ ମଙ୍ଗଳବାର ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟିପଡିଛି । ଫଳରେ କାର ଡ୍ରାଇଭର ଓ ମାଲିକ ଗୁରୁତର ହୋଇଛନ୍ତି । ସେମାନଙ୍କୁ ବାଲେଶ୍ୱର ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବାଲେଶ୍ୱର ଆଡ଼ୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା କାର ନମ୍ବର (ଓଡି୦୨ବିଜି୦୬୬୪) ଦ୍ରୁତଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ଯାଇଥିଲା । ବସ୍ତା ଥାନା ପୋଲିସ ପହଞ୍ଚି ଘଟଣାସ୍ଥଳରେ ତଦନ୍ତ ଜାରିରଖିଛି । ଡ୍ରାଇଭର ଓ କାର ମାଲିକଙ୍କ ଘର ପଶ୍ଚିମବଙ୍ଗ ପାଞ୍ଚକୁଡା ଖମାରିଆ ଅଞ୍ଚଳର ବୋଲି ଜଣାପଡିଛି ।