ହାଟରେ ଅଘଟଣ, ବସିଥିବା ପରିବା ଦୋକାନୀଙ୍କ ଉପରେ ଚଢିଗଲା କାର୍‌

ବଣାଇଁ, ୧୨।୧୦(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ଗମଲେଇ ସାପ୍ତାହିକ ହାଟରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ହାଟରେ ବ୍ୟବସାୟ ପାଇଁ ଆସିଥିବା ଜଣେ ପରିବା ଦୋକାନୀଙ୍କ ଉପରେ ଏକ କାର ଚଢିଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ବହୁତ କୌଶଳ କ୍ରମେ ଡାକ୍ତରଖାନା ନେବା ନାଁରେ କାର ଚାଳକ ତାଙ୍କୁ ନିକଟସ୍ଥ ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ନେଇ ଉତ୍ତେଜନାକୁ ଏଡ଼ାଇ ଦେଇଥିଲେ। ହେଲେ ପରିବା ଦୋକାନୀଙ୍କୁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ମୃତ ଘୋଷଣା କରାଯାଇଥିଲା। ସମ୍ପୃକ୍ତ ଦୁର୍ଘଟଣା ଘଟାଇଥିବା ଯୁବକ ଗମଲେଇ ଗ୍ରାମର ମଳୟ ନାଏକ ଓ ମୃତକ ରାଉରକେଲା ଫଟା ପାଇପ ଅଞ୍ଚଳର ପରିବା ଦୋକାନୀ ପ୍ରଦୀପ ମୁଖୀ ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି l ପ୍ରତ୍ୟକ୍ଷଦର୍ଶୀମାନେ ହଠାତ୍‌ ଅଘଟଣ ଦେଖି ହତବାକ ଥିବାବେଳେ ବଜାର ଠିକାଦାର ଘଟଣା ପରେ ପୋଲିସ ସହାୟତାରେ ଟ୍ରାଫିକ ନିୟନ୍ତ୍ରଣ କରାଯାଉଥିବା କହିଛନ୍ତି। କାର ଚାଳକ ଗମଲେଇ ଗ୍ରାମର ମଳୟ ନାଏକ ଫେରାର ଅଛନ୍ତି। ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ରହିଛି।

 

Share