Categories: ଜାତୀୟ

ଚାହୁଁଚାହୁଁ ବୁଡ଼ି ଗଲା କାର…

ନୂଆଦିଲ୍ଲୀ, ୨୦।୮: ଦିଲ୍ଲୀରେ ପ୍ରବଳ ବର୍ଷା ଜାରି ରହିଛି। ରାସ୍ତା ଉପରେ ୩ ଫୁଟର ଅଧିକ ବର୍ଷାଜଳ ପ୍ରବାହିତ ହେଉଛି। ଦିଲ୍ଲୀ-ଗୁରୁଗ୍ରାମ ରାସ୍ତାରେ ପ୍ରବଳ ବନ୍ୟା ଜଳ ପ୍ରବାହିତ ହେଉଛି। ରାସ୍ତାରେ ଯାଉଥିବା ଏକ କାର ଚାହୁଁଚାହୁଁ ବର୍ଷା ଜଳରେ ବୁଡ଼ି ଯାଉଥିବାରୁ ଫଟୋ ଏବଂ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଜୀବନ ବିକଳରେ କାରରେ ଥିବା ୨ ବ୍ୟକ୍ତି ଛାତ ଉପରକୁ ଉଠି ଆସିଥିଲେ। ତେବେ କାର୍‌ ନିକଟରେ ଥିବା ଏକ ବସ୍‌ ଭିତରକୁ ପରେ ସେମାନେ ଆସି ଜୀବନ ବଞ୍ଚାଇଥିବା କୁହାଯାଉଛି। ସହର ତଳି ଅଞ୍ଚଳରେ କେତେକ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଉଦ୍ୟମ ଜାରି ରହିଛି। ଟ୍ରାଫିକ୍‌ ନିୟନ୍ତ୍ରଣ କରିବା କାଠିକର ପାଠ ହୋଇପଡ଼ିଥିବା ପୋଲିସ ପକ୍ଷରୁ କୁହାଯାଇଛି।

Share