ଦୁଇ ଟ୍ରକ୍‌ ମଝିରେ ଚାପିହୋଇଗଲା କାର୍‌

ଘସିପୁରା,୨୧ା୧୦(ନିରଞ୍ଜନ ସାହୁ): ୨୦ ନଂ. ଜାତୀୟ ରାଜପଥ କେନ୍ଦୁଝର ଜିଲା ଘସିପୁରା ଥାନା ବେଲବାହାଳି ଯିବା ଦୋଛକି ରାସ୍ତାରେ ଶନିବାର ଗୋଟିଏ କାର୍‌କୁ ଆଗରୁ ଓ ପଛରୁ ଦୁଇଟି ଟ୍ରକ୍‌ ଧକ୍କା ଦେଇଛି। ଫଳରେ ଟ୍ରକ୍‌ଟି ଚାପି ହୋଇଯାଇଛି। ଯୋଡ଼ାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଓଡି ୩୩ ଏସି ୨୪୫୭ ନଂ ବିଶିଷ୍ଟ କାର୍‌କୁ ପଛପାର୍ଶ୍ୱରୁ ଗୋଟିଏ ଟ୍ରକ୍‌ ଧକ୍କା ଦେବାର କିଛି ସମୟ ପରେ ଆଗ ପାର୍ଶ୍ୱରୁ ଆଉ ଗୋଟିଏ ଟ୍ରକ୍‌ ଧକ୍କା ଦେଇଥିଲା। କାର୍‌ ବସିଥିବା ୪ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଆନନ୍ଦପୁର ଚିକିତ୍ସାଳୟକୁ ପଠାଇବାର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଅନ୍ୟପକ୍ଷରେ ଫେରାର ହୋଇଥିବା ଦୁଇ ଟ୍ରକ୍‌ ମଧ୍ୟରୁ ଓଡି ୦୪-ଏନ୍‌ ୪୧୬୪ ନଂ ବିଶିଷ୍ଟ ଗୋଟିଏ ଟ୍ରକ୍‌କୁ ଘସିପୁରା ପୋଲିସ ଜବତ କରି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।

Share