ଗଛରେ ପିଟିହେଲା କାର୍‌

ଜମନକିରା,୧୪ା୫(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ଥାନା ଭୋଜପୁର କୁଚିଣ୍ଡା ରାସ୍ତା ଫୁଲକୁସମ ବୁଲାଣିରେ ନିୟନ୍ତ୍ରଣ ହରାଇ ଏକ  କାର୍‌ ରାସ୍ତାକଡ଼ରେ ଥିବା  ଗଛରେ ପିଟି ହେବା ଫଳରେ ସମ୍ମୁଖ ଭାଗ ଚୁର୍‌ମାର ହୋଇଯାଇଛି। ସୌଭାଗ୍ୟବଶତଃ ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ସୂଚନାଯୋଗ୍ୟ, ଶନିବାର ସକାଳେ ଜମନକିରା ନାରାୟଣ ପ୍ରଧାନ (୫୮) ନିଜ୍‌ କାର (ଓଡି ୧୫ ଆର୍‌ ୮୪୪୭) ଯୋଗେ କୌଣସି କାର୍ଯ୍ୟରେ କୁଚିଣ୍ଡାରୁ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ତାଙ୍କର କୌଣସି କ୍ଷତି ହୋଇ ନ ଥିବା ଜଣାଯାଇଛି।

Share