କୋଇଲା ମାଫିଆଙ୍କ ସମ୍ପର୍କରେ ପୋଲିସକୁ ଦେଉଥିଲେ ତଥ୍ୟ: କାର ଜାଳିଦେଲେ ଦୁର୍ବୃତ୍ତ

ଭଦ୍ରକ ଅଫିସ,୧୩।୧୦: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଇଚ୍ଛାପୁର ପରିବିନ୍ଧା ମାରାପୁର ଗାଁରେ ଏକ କାର୍‌କୁ ଦୁର୍ବୃତ୍ତ ଜାଳିଦେଇଛନ୍ତି। କାର୍‌ ମାଲିକ ପ୍ରତାପ ବେହେରା ପୋଲିସକୁ କୋଇଲା ମାଫିଆଙ୍କ ସମ୍ପର୍କରେ ସୂଚନା ଦେଉଥିବା ସନ୍ଦେହକରି ସେମାନେ ଏଭଳି କାଣ୍ଡ ଘଟାଇଛନ୍ତି।
ସୂଚନାଯୋଗ୍ୟ, ଭଦ୍ରକ – ଧାମରା ରେଳପଥରେ କୋଇଲା ଟ୍ରେନ ଯାଉଥିବା ବେଳେ ଚଳନ୍ତା ଟ୍ରେନରୁ କୋଇଲା ଚୋରିକରି ମାଲାମାଲ ହେଉଛନ୍ତି ମାଫିଆ। ଏହି ଘଟଣା ବାରମ୍ବାାର ଘଟୁଥିବା ବେଳେ ସୋମବାର ଆର୍‌ପିଏଫ୍‌ ପୋଲିସ ଇଚ୍ଛାପୁର ନିକଟରେ ଚଢ଼ାଉ କରୁଥିଲେ। ପରେ ଉକ୍ତ ଗ୍ରାମର ପ୍ରତାପଙ୍କୁ ପଚରାଉଚରା କରିଥିଲେ। ସେ ପୋଲିସକୁ ସୂଚନା ଦେଇଥିବା ସନ୍ଦେହ କରି ଦୁର୍ବୃତ୍ତ କାର୍‌ ଜାଳିଦେଇଛନ୍ତି।

 

Share