ପୁରୀ ଅଫିସ, ୧୦।୬: ରଥଖଳା ଚଳଚଞ୍ଚଳ ହୋଇ ଉଠିଛି। ଯୋରଦାର ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ବଡ଼ ପୋଟଳ ଉଠିବା ପରେ ଶୁକ୍ରବାର ତିନି ରଥରେ କଇଁଚି ବାଡ଼ିଆ ହୋଇଛି । ରଥଖଳାରେ ପ୍ରଭା ତିଆରି ଆରମ୍ଭ ହୋଇଛି । ରଥର ପୋଟଳ ର୍ନିମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶନିବାର ରଥରେ ୧୨ ପରସ୍ତ ପୋଟଳ ସହ ପାରାଭାଡି ଉଠିବାର କାର୍ଯ୍ୟକ୍ରମ ରହିଛି । ଶୁକ୍ରବାର ପୂର୍ବାହ୍ନରେ ଏସ୍ପି ଡ.କେ ବିଶାଲ ସିଂହ ରଥ ଖଳା ପରିଦର୍ଶନ କରି ନିର୍ମାଣକାରୀଙ୍କ ସହ ଆଲୋଚନା କରିଛନ୍ତି । ରଥର ଚାରି ନାହାକା ବାନ୍ଧେଣି ପାଇଁ କଇଁଚି ଫିଟିଂ କରାଯାଇଛି । ଗୟଳ ଉପରେ ତାଗ ବାଡ଼ିଆ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।