ମାଲବାହୀ ଟ୍ରେନ୍‌ରୁ ବଗି ଛିଡ଼ିଗଲା

ଭୁବନେଶ୍ୱର,୧୬।୭(ଅଭିଜିତ ଦାସ)ବାହାନଗା ଟ୍ରେନ୍‌ ଦୁର୍ଘଟଣାର ଲୋମଟାଙ୍କୁରା ଦୃଶ୍ୟ ମନରୁ ଲିଭୁ ନ ଥିବାବେଳେ ଗୋଟିକ ପରେ ଗୋଟିଏ ଦୁର୍ଘଟଣା ଘଟିଚାଲିଛି। କେଉଁଠି ଟ୍ରେନ୍‌ରେ ନିଆଁ ଲାଗିଲାଣି ତ ଆଉ କେଉଁଠି ଲାଇନ୍‌ଚ୍ୟୁତ ହେଲାଣି। ବିଭିନ୍ନ ସ୍ଥାନରେ ଏଭଳି ଦୁର୍ଘଟଣା ଘଟୁଥିବାବେଳେ ଶନିବାର ସନ୍ଧ୍ୟାରେ ଭୁବନେଶ୍ୱରର ବାଣୀବିହାର ଷ୍ଟେଶନ ନିକଟରେ ଏକ ମାଲ୍‌ବାହୀ ଟ୍ରେନ୍‌ ନଂ.୪୩୨/୨୮ରୁ ୨୪ ବଗି ଅଲଗା ହୋଇଯାଇଥିଲା। ଫଳରେ ଉକ୍ତ ଲାଇନ୍‌ରେ ଆସୁଥିବା ବିଶାଖା ଏକ୍ସପ୍ରେସ୍‌ ସମେତ ଅନ୍ୟ ଦୁଇ ଯାତ୍ରୀବାହୀ ଟ୍ରେନ୍‌ ଅଟକି ରହିଥିଲା। ଏହା ଜଣାପଡିବା ପରେ ଯାତ୍ରୀ ଓ ସ୍ଥାନୀୟ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।
ଡୋଲମାଇଟ୍‌ ପଥର ବୋଝେଇ ଉକ୍ତ ମାଲବାହୀ ଟ୍ରେନ୍‌ଟି ମେରାମଣ୍ଡଳୀ ଅଭିମୁଖେ ଯାତ୍ରା କରୁଥିଲା। ଏଥିରେ ୬୦ଟି ବଗି ରହିଥିଲା। ସନ୍ଧ୍ୟା ପ୍ରାୟ ୬ଟାରେ ଡାଉନ୍‌ ଲାଇନ୍‌ରେ ଭୁବନେଶ୍ୱର ଷ୍ଟେଶନ ଅତିକ୍ରମ କରି ବାଣୀବିହାର ଷ୍ଟେଶନ ଦେଇ ଯାଉଥିବାବେଳେ ୩୭ତମ ବଗି ଇଞ୍ଜିନ ପାର୍ଶ୍ୱରୁ ଛିଡ଼ି ଯାଇଥିଲା। ଅଲଗା ହୋଇଯାଇଥିବା ୨୪ ବଗିର ପଛରେ ଥିବା କର୍ମଚାରୀଙ୍କଠାରୁ ଜାଣିବା ପରେ ଲୋକୋ ପାଇଲଟ୍‌ ଟ୍ରେନ୍‌ଟିକୁ ଅଟକାଇଥିଲେ। ସେତେବେଳକୁ ଇଞ୍ଜିନ ୨ଶହ ମିଟର ଆଗକୁ ପଳାଇଥିଲା। ତେବେ ଟ୍ରେନ୍‌ଟି ବ୍ରେକ୍‌ ହେବା ସମୟରେ ପଛରେ ଗଡୁଥିବା ଅଲଗା ଅଂଶ ସଂଯୋଗ ବଗି ସହ ଧକ୍କା ହୋଇଥିଲା। ଏହି ସମୟରେ ଜୋର୍‌ରେ ଶବ୍ଦ ହୋଇଥିବା ଷ୍ଟେଶନ ଓ ଆଖପାଖ ଅଞ୍ଚଳରେ ଥିବା ଲୋକେ ଶୁଣିବାକୁ ପାଇ ଟ୍ରେନ୍‌ ପାଖକୁ ଦୌଡ଼ିଥିଲେ। ପରେ ଘଟଣା ସମ୍ପର୍କରେ ଭୁବନେଶ୍ୱର ଷ୍ଟେଶନକୁ ଅବଗତ କରାଯାଇଥିଲା। ଉକ୍ତ ଲାଇନ୍‌ରେ ଚଳାଚଳ କରୁଥିବା ୩ ଯାତ୍ରୀବାହୀ ଟ୍ରେନ୍‌କୁ ଅଟକାଯାଇଥିଲା। ବିଶାଖା ଏକ୍ସପ୍ରେସ୍‌ ମାଲବାହୀ ଟ୍ରେନ୍‌ର ଠିକ୍‌ ୫୦ ମିଟର ଦୂରରେ ଅଟକି ରହିଥିଲା। ତା’ ପଛକୁ ପଛ ପୁରୀ-ତାଳଚେର ଓ ନୟାଗଡ-ଭଦ୍ରକ ଟ୍ରେନ୍‌ ମଧ୍ୟ ଉକ୍ତ ଡାଉନ୍‌ ଲାଇନ୍‌ରେ ଛିଡା ହୋଇଥିଲା। ପରେ ରେଳ ବିଭାଗର ବୈଷୟିକ ଟିମ୍‌ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିବା ପରେ ତୁରନ୍ତ ଲାଇନ୍‌କୁ ସ୍ବାଭାବିକ କରିବାକୁ ଚେଷ୍ଟା କରାଯାଇଥିଲା। ଇଞ୍ଜିନ ସହ ଥିବା ବଗିଗୁଡିକୁ ମଞ୍ଚେଶ୍ୱର ଷ୍ଟେଶନକୁ ନିଆଯାଇଥିଲା ଓ ଅଲଗା ହୋଇଥିବା ବଗିଗୁଡିକୁ ଭୁବନେଶ୍ୱର ଷ୍ଟେଶନକୁ ନିଆଯିବା ପରେ ରାତି ପ୍ରାୟ ୯ଟା ପରେ ଅଟକିଥିବା ସମସ୍ତ ଟ୍ରେନ୍‌ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲା।
ଘଟଣା ସମ୍ପର୍କରେ ମାଲବାହୀ ଟ୍ରେନ୍‌ର ଗୁଡ୍‌ସ ମ୍ୟାନେଜର ଜି.ରଘୁନାଥ କହିଛନ୍ତି ମାଲବାହୀ ଟ୍ରେନ୍‌ରେ ଲକିଂ ସିଷ୍ଟମର କପ୍ଲିଂରେ ଯାନ୍ତ୍ରିକ ତ୍ରୁଟି ଥିବାରୁ ଏଭଳି ପରିସ୍ଥିତି ଉପୁଜିଲା। ମାଲବାହୀ ଟ୍ରେନ୍‌ର ବଗିଗୁଡିକ ଚାପ ଦ୍ୱାରା ସଂଯୋଗ କରାଯାଇଥାଏ। ବଗି ନଂ.SWR 28696ରେ ଏଭଳି ତ୍ରୁଟି କାରଣରୁ ବଗିରେ ଥିବା ଇଣ୍ଟରଲକିଂ ସିଷ୍ଟମ୍‌ଟି ଭାଙ୍ଗି ଯାଇଥିଲା। ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି ଯେ, ଡାଉନ୍‌ ଲାଇନ୍‌ରେ ଅଟୋମେଟିକ୍‌ ବ୍ଲକ୍‌ ସିଷ୍ଟମ ସିଗ୍‌ନାଲ ରହିଛି। ଫଳରେ ଗୋଟିଏ ଟ୍ରାକ୍‌ରେ ୩ରୁ ୪ଟି ଟ୍ରେନ୍‌ ପରସ୍ପରଠାରୁ ୧୦୦ରୁ ୨୦୦ ମିଟର ମଧ୍ୟରେ ଯାତ୍ରା କରିପାରିବେ। ତେଣୁ ମାଲ୍‌ବାହୀ ଟ୍ରେନ୍‌ ବଗି ଅଲଗା ହେବା ସୂଚନା ମିଳିବା ପରେ ଉକ୍ତ ଲାଇନ୍‌ରେ ଥିବା ଅନ୍ୟ ଟ୍ରେନ୍‌ଗୁଡିକୁ ଆବଶ୍ୟକତା ଅନୁସାରେ ପଛକୁ ପଛ ରଖାଯାଇଥିଲା।
ସୂଚନା ମୁତାବକ, ଗତ ଜୁନ୍‌ ୨ରେ ବାଲେଶ୍ୱର ବାହାନଗାଠାରେ ଭୟଙ୍କର ରେଳ ଦୁର୍ଘଟଣାରେ ଏବେସୁଦ୍ଧା ୨୯୩ଜଣଙ୍କ ମୃତ୍ୟୁ ଘଟିଛି। ଏହାର କିଛିଦିନ ବ୍ୟବଧାନ ପରେ ଜୁନ୍‌ ୭ରେ ଯାଜପୁର ରୋଡ୍‌ ଷ୍ଟେଶନରେ ଟ୍ରାକ୍‌ରେ ରହିଥିବା ମାଲବାହୀ ଟ୍ରେନ୍‌ ବଗିଗୁଡିକ ପବନବର୍ଷାରେ ଗଡିବାରୁ ଏହା ତଳେ ଆଶ୍ରୟ ନେଇଥିବା ୭ଜଣଙ୍କ ଜୀବନ ଯାଇଥିଲା। ସେହିପରି ୯ ଜୁନ୍‌ରେ ନୂଆପଡାଠାରେ ଦୁର୍ଗ-ପୁରୀ ଏକ୍ସପ୍ରେସର ଏସି ବଗିରେ ନିଆଁ ଲାଗିଯାଇଥିଲା। ୭ ଜୁଲାଇରେ ହାଓଡାରୁ ହାଇଦ୍ରାବାଦ୍‌ ଅଭିମୁଖେ ଯାତ୍ରା କରୁଥିବା ଫଲକନାମା ଏକ୍ସପ୍ରେସ୍‌ର ୪ଟି ଏସି ବଗିରେ ନିଆଁ ଲାଗିଥିଲା। ୧୦ ଜୁଲାଇରେ ବ୍ରହ୍ମପୁର ନିକଟରେ ବିବେକ୍‌ ଏକ୍ସପ୍ରେସରେ ନିଆଁ ଲାଗିଥିବାବେଳେ ୧୪ ଜୁଲାଇରେ ଜଳେଶ୍ୱର ନିକଟରେ ଥିବା ଲକ୍ଷ୍ମଣନାଥ ଷ୍ଟେଶନରେ ଏକ ମେମୁ ଟ୍ରେନ୍‌ ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ରେଳ ଯାତ୍ରା ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଗୁଣ୍ଡ କରିବୁ, ମନ୍ତ୍ରୀ ଆସିବା ପୂର୍ବରୁ ବାଡେଇ ବାଡେଇ ଫଳକ ଭାଙ୍ଗିଦେଲେ ବ୍ଲକ୍‌ ଅଧ୍ୟକ୍ଷା

ପାଲଲହଡ଼ା,୨୮।୧୦ (ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ଦ୍ୱାରା ରବିବାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଉଦ୍‌ଘାଟନ ହେବାର...

ଫେରିବ ପଥୋତ୍ସବ: ସକାଳ ସାଢ଼େ ୭ଟାରୁ ୧୦ ଯାଏ ଚାଲିବ

ଭୁବନେଶ୍ୱର,୨୮ା୧୦: ମୌସୁମୀ ଫେରିବା ପରେ ରାଜଧାନୀ ଭୁବନେଶ୍ୱରକୁ ସଅଳ ଶୀତ ଋତୁକୁ ଟାଣି ଆଣିଛି ବାତ୍ୟା ଦାନା। ସକାଳୁ ସକାଳୁ କୁହୁଡି ଦେଖିବାକୁ ମିଳୁଥିବା ବେଳେ...

ଆଜି ଲ୍ୟାଣ୍ଡଫଲ କରିଥିବା ସ୍ଥାନ ହାବେଳୀଖଟିର ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮।୧୦: ଆଜି ବି ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ। ୨ୟ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ବାଲେଶ୍ବର ଓ ମୟୂରଭଞ୍ଜ ଜିଲା ପରିଦର୍ଶନ କରିବେ।...

ଆଜି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୮ା୧୦(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସୋମବାର ସ୍ଥଗିତ ରଖାଯାଇଛି। ବାତ୍ୟାର ପରବର୍ତ୍ତୀ ସାହାଯ୍ୟ ଏବଂ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ...

ପୁଣି ବାଜି ମାରିନେଲା ଭୁବନେଶ୍ୱର: କେନ୍ଦ୍ର ସରକାର ଦେଲେ ”ସର୍ବଶ୍ରେଷ୍ଠ ଜନସାଧାରଣ ପରିବହନ ବ୍ୟବସ୍ଥା” ପୁରସ୍କାର

ଗାନ୍ଧିନଗର, ୨୭ା୧୦: ଗୁଜରାଟର ଗାନ୍ଧିନଗର ଠାରେ ତିନି ଦିନିଆ ୧୭ ତମ ସହରୀ ମୋବିଲିଟି ଇଣ୍ଡିଆ (UMI) ସମ୍ମିଳନୀ ଏବଂ ପ୍ରଦର୍ଶନୀ ଆରମ୍ଭ ହୋଇଯାଇଛି। ଏହି...

ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟାଞ୍ଚଳ ପରିଦର୍ଶନ: ତୁରନ୍ତ କ୍ଷୟକ୍ଷତି ଆକଳନ ପାଇଁ ନିର୍ଦ୍ଦେଶ

ଭୁବନେଶ୍ଵର, ୨୭ା୧୦: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଅପରାହ୍ଣରେ ହେଲିକପ୍ଟର ଯୋଗେ ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡିକ ପରିଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ପାରାଦୀପ,...

ଶିମିଳିପାଳକୁ ଆସିଲା ମହାରାଷ୍ଟ୍ର ମହାବଳ

ଭୁବନେଶ୍ୱର,୨୭ା୧୦: ରାଜ୍ୟରେ ବାଘର ବଂଶ ବିସ୍ତାର ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ସରକାର। ଏଥିପାଇଁ ମହାରାଷ୍ଟ୍ରରୁ ଏକ ମହାବଳ ବାଘ ଆଣି ମୟୁରଭଞ୍ଜର ଶିମିଳିପାଳରେ ଛଡ଼ାଯାଇଛି।...

ଓଡ଼ିଶାରେ ଆରମ୍ଭ ହେବ ଆୟୁଷ୍ମାନ ଭାରତ: ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର,୨୭ା୧୦: ଆସନ୍ତା ୨୯ରେ ଓଡ଼ିଶାରେ ଆରମ୍ଭ ହେବ ଆୟୁଷ୍ମାନ ଭାରତ ଯୋଜନା। ଭିଡିଓ କନଫରେନସିଂ ମାଧ୍ୟମରେ ଯୋଡି ହୋଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri