‘ଦ କଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକଙ୍କ ବିରୋଧରେ ମାମଲା

ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି। ଭୋପାଳବାସୀଙ୍କ ବିରୋଧରେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଭୋପାଳବାସୀଙ୍କୁ ଲୋକେ ଅନେକ ସମୟରେ ସମଲିଙ୍ଗୀ ଭାବନ୍ତି ବୋଲି ବିବେକ ଏକ ସାକ୍ଷାତକାରରେ କହିଥିଲେ। ଏହି ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହି ଘଟଣାରେ ମୁମ୍ବାଇର ଭର୍ସୋଭା ଥାନାରେ ବିବେକଙ୍କ ବିରୋଧରେ ୨୭ ବର୍ଷୀୟ ପିଆର୍‌ ମ୍ୟାନେଜର ରୋହିତ ପାଣ୍ଡେ ଅଭିଯୋଗ କରିଛନ୍ତି। ରୋହିତ ନିଜେ ଭୋପାଳବାସୀ ହୋଇଥିବା ବେଳେ ତୁରନ୍ତ ତାଙ୍କ ମାମଲା ପଞ୍ଜିକୃତ କରାଯାଉ ବୋଲି ସେ ଦାବି କରିଛନ୍ତି।
ଏକ ସାକ୍ଷାତକାରରେ ବିବେକ କହିଥିଲେ, ଭୋପାଳବାସୀଙ୍କର ନୱାବୀ ଇଚ୍ଛା ପାଇଁ ଲୋକମାନେ ଅନେକ ସମୟରେ ତାଙ୍କୁ ସମଲିଙ୍ଗୀ ବୋଲି ଭାବନ୍ତି। ଏହି ଭିଡିଓ କ୍ଲିପ ଭାଇରାଲ ହେବା ପରେ ବିବାଦ ବଢ଼ିବାରେ ଲାଗିଛି।

Share