କୋର୍ଟଙ୍କ ଆଦେଶକୁ ଅବମାନନା: ମେଜରଙ୍କ ବାନ୍ଧବୀଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ୱର,୨୭ା୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ମାଡ଼ ମାମଲା ଦିନକୁ ଦିନ ନୂଆ ମୋଡ଼ ନେଉଛି। ପୀଡ଼ିତା ଯେଉଁ ମହିଳା ପୋଲିସଙ୍କ ହାତ କାମୁଡ଼ିଥିଲେ ତାଙ୍କ ମା’ଙ୍କ ପକ୍ଷରୁ ଥାନାରେ ମାମଲା ରୁଜୁ କରାଯାଇଛି। କୋର୍ଟ ଆଦେଶ ଅବମାନନା ନେଇ ପୋଲିସ ଅଫିସରଙ୍କ ମା’ଏହି ଅଭିଯୋଗ ଆଣି ଥାନାରେ ଅଭିଯୋଗ କରିଛନ୍ତି।

ମେଜର କିମ୍ବା ବାନ୍ଧବୀଙ୍କ ନାଁ ମିଡ଼ିଆରେ ପ୍ରକାଶ ପାଇଁ କୋର୍ଟ ମନା କରିଥିବା ବେଳେ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଏକ ଜାତୀୟ ଚ୍ୟାନେଲରେ ପୀଡ଼ିତା ଏକ ସାକ୍ଷାତକାର ଦେଇଥିଲେ। ପୀଡ଼ିତା ଜଣେ ବରିଷ୍ଠ ମହିଳା ସାମ୍ବାଦିକାଙ୍କୁ ବିସ୍ତୃତ ସାକ୍ଷାତକାର ଦେଇଥିଲେ। ଏହାକୁ ନେଇ ତାଙ୍କ ପରିବାର ମାନସିକ ଚାପରେ ଥିବା ପିଟିଶନରେ ଉଲ୍ଲେଖ ରହିଛି।

ଭରତପୁର ଥାନାରେ ଜଣେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ଆଇଆଇସିଙ୍କ ସମେତ ୫  ପୋଲିସ କର୍ମଚାରୀ ନିଲମ୍ବିତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କର ପଲିଗ୍ରାଫ ଟେଷ୍ଟ ନିମନ୍ତେ ଅନୁମତି ମିଳି ସାରିଛି । ଏବେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ନିମନ୍ତେ ଆଉ ୩ ଜଣଙ୍କ ପଲିଗ୍ରାଫ ଟେଷ୍ଟ ହେବ । ଏ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ   ଭୁବନେଶ୍ୱର ଏସ୍‌ଡିଜେଏମ କୋର୍ଟରେ ଆବେଦନ କରାଯାଇଥିଲା। କୋର୍ଟ ପକ୍ଷରୁ ଏ ନେଇ ଅନୁମତି ମିଳିଛି। ଏଥିନିମନ୍ତେ ଦୀନକୃଷ୍ଣଙ୍କୁ ଗୁଜରାଟର ଗାନ୍ଧିନଗର ନେବ କ୍ରାଇମବ୍ରାଞ୍ଚ। ସେଠାରେ ତାଙ୍କର ପଲିଗ୍ରାଫ ଟେଷ୍ଟ ସହିତ ନାର୍କୋ ଆନାଲିସିସ୍‌ ଓ ବ୍ରେନ ଫିଙ୍ଗର ପ୍ରିଣ୍ଟ ଟେଷ୍ଟ ବି ହେବ ।

Enter your email to get our daily news in your inbox.

All Right Reserved By Dharitri.Com

ଧାନ କିନାକୁ ନେଇ ବଡ଼ ସୂଚନା ଦେଲେ ମନ୍ତ୍ରୀ: କଟନୀଛଟନୀ ବନ୍ଦ, ୪୮ ଘଣ୍ଟାରେ ଖାତାକୁ ଯିବ ଟଙ୍କା

ଭୁବନେଶ୍ୱର,୨୭ା୯: ଲୋକସେବା ଭବନର କନଭେନସନ ହଲରେ ଶୁକ୍ରବାର ଆୟୋଜିତ ଜିଲ୍ଲାପାଳ ସମ୍ମିଳନୀରେ ଯୋଗଦେଇ ମାନ୍ୟବର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଧାନ ସଂଗ୍ରହ କାର୍ଯ୍ୟକୁ ସରଳ...

କପିଳାସ ଗଲା ନରହନ୍ତା ହାତୀ

ବାରିପଦା,୨୭ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଞ୍ଚଳରେ ଉତ୍ପାତ ଚଳାଇଥିବା ନରହନ୍ତା ହାତୀକୁ ଟ୍ରାଙ୍କୁଲାଇଜ୍‌ ପରେ ଚିକିତ୍ସା ନିମନ୍ତେ ଢେଙ୍କାନାଳ ଜିଲାର କପିଳାସକୁ...

ଅଧ୍ୟକ୍ଷଙ୍କ ନାମରେ ଅନାସ୍ଥା ପ୍ରସ୍ତାବ ଆଣିଲେ ସମିତିସଭ୍ୟ: ବ୍ୟାକ୍‌ଫୁଟ୍‌ରେ ବିଜେଡି

ଭବାନୀପାଟଣା/ଥୁଆମୁଳ ରାମପୁର,୨୭।୯ (ଉତ୍ତମ କୁମାର ଦାଶ/ ଦୂର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଲକ ରାଜନିତୀରେ ଏବେ ହଟଚମଟ ଦେଖିବାକୁ ମିଳିଛି । ସ୍ଥାନୀୟ...

ଜେଲରେ ବିଇଓ, ଶିକ୍ଷକଙ୍କୁ ମିଳିପାରୁନି ଦରମା

ଛତ୍ରପୁର,୨୭ା୯(ସନ୍ତୋଷ ପାଢୀ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ସୀତାରାମ ପାତ୍ରଙ୍କ ଘରେ ଅଗଷ୍ଟ ୩୧ ତାରିଖରେ ଭିଜିଲାନ୍ସ ଟିମ୍‌...

ବହୁ ଚର୍ଚ୍ଚିତ ଟ୍ରିପଲ ମର୍ଡର ମାମଲାର ଆସିଲା ରାୟ 

ଅନୁଗୋଳ ,୨୭।୯:  ଅନୁଗୋଳ ଜିଲା ଆଠମଲ୍ଲିକ ଏଡିଜେ କୋର୍ଟ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ବହୁ ଚର୍ଚ୍ଚିତ ଟ୍ରିପଲ ମର୍ଡର ମାମଲାର ବିଚାର କରି...

IPS ଅରୁଣ ଷଡ଼ଙ୍ଗୀ ହେଲେ OPSC ଚେୟାରମ୍ୟାନ୍

କଟକ,୨୭ା୯: ବରିଷ୍ଠ ଆଇପିଏସ ଅରୁଣ ଷଡ଼ଙ୍ଗୀଙ୍କୁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଚେୟାରମ୍ୟାନ୍ ନିଯୁକ୍ତ କରିଛନ୍ତି ସରକାର। ଏହି ପଦବୀରେ ତାଙ୍କୁ ଆଗାମୀ ୬ ବର୍ଷ ପାଇଁ...

ଯୁବତୀ-ମହିଳାଙ୍କୁ ଟାର୍ଗେଟ୍‌ କରି ଲୁଟୁଥିଲେ ସୁନା ଚେନ୍‌, ୪ ଜଣଙ୍କୁ ବାନ୍ଧିଲା କମିଶନରେଟ୍‌ ପୋଲିସ

ଭୁବନେଶ୍ୱର,୨୭ା୯: ବାଇକ୍‌ରେ ଆସି କଟକ, ଭୁବନେଶ୍ୱରର ଯୁବତୀ ଏବଂ ମହିଳାଙ୍କୁ ଟାର୍ଗେଟ୍‌ କରି ସୁନା ଚେନ୍‌ ଲୁଟୁଥିଲେ। ଏହି ଲୁଟେରା ଗ୍ୟାଙ୍ଗର ମୁଖ୍ୟ ସହ ୪...

ଭରତପୁର ଥାନା ଘଟଣା: ଆଉ ୩ ଜଣଙ୍କ ହେବ…

ଭୁବନେଶ୍ୱର,୨୭।୯: ଭରତପୁର ଥାନା ଘଟଣାରେ ଆଉ ୩ ଜଣଙ୍କ ପଲିଗ୍ରାଫ ଟେଷ୍ଟ ହେବ। ନିଲମ୍ବିତ ଥାନା ଅଧିକାରୀଙ୍କ ସହ ୩ ମହିଳା କର୍ମଚାରୀଙ୍କ ଏହି  ଟେଷ୍ଟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri