Categories: ଜାତୀୟ

ମଧ୍ୟପ୍ରଦେଶର ୪୭୨ ଜଣ ପ୍ରାର୍ଥୀଙ୍କ ନାମରେ ରହିଛି ମାମଲା, ଭାଜପାର ସୁରେନ୍ଦ୍ର ପଟଓ୍ବାଙ୍କ ନାଁରେ ୧୭୫

ଭୋପାଳ,୧୪।୧୧: ନଭେମ୍ବର ୧୭ରେ ମଧ୍ୟପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ନିର୍ବାଚନ ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି। ଏଡିଆର୍‌ ରିପୋର୍ଟ ଅନୁଯାୟୀ, ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୩ରେ ମୋଟ ୨୫୩୪ପ୍ରାର୍ଥୀଙ୍କ ମଧ୍ୟରୁ ୪୭୨ (୧୯ ପ୍ରତିଶତ) ପ୍ରାର୍ଥୀଙ୍କ ବିରୋଧରେ ଆପରାଧିକ ମାମଲା ପଞ୍ଜିକୃତ ହୋଇଛି।
ଏଡିଆର୍‌ ତଥ୍ୟ ଅନୁଯାୟୀ, ନାମାଙ୍କନ ପତ୍ର ସମୟରେ ଦିଆଯାଇଥିବା ଆଫିଡେଭିଟରେ ସେମାନଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଆପରାଧିକ ମାମଲା ବିଷୟରେ ଉଲ୍ଲେଖ କରିଥିବା ପ୍ରାର୍ଥୀଙ୍କ ସଂଖ୍ୟା ହେଉଛି ୨୯୧(୧୧ ପ୍ରତିଶତ)। ହେଲେ ଏମିତି କେତେଜଣ ନେତା ଅଛନ୍ତି ଯାହାଙ୍କ ବିରୋଧରେ ଅନେକ ମାମଲା ପଞ୍ଜିକୃତ ହୋଇଛି।
ଏହି ତାଲିକାର ଶୀର୍ଷରେ ଭାଜପା ପ୍ରାର୍ଥୀ ସୁରେନ୍ଦ୍ର ପାଟୱା ଅଛନ୍ତି, ଯାହାଙ୍କ ବିରୋଧରେ ୧୭୫ଟି ଆପରାଧିକ ମାମଲା ପଞ୍ଜିକୃତ ହୋଇଛି। ତାଙ୍କ ପରେ ଭାରତ ଆଦିବାସୀ ଦଳର ପ୍ରାର୍ଥୀ କମଲେଶ୍ୱର ଡୋଡିଆର ଅଛନ୍ତି, ତାଙ୍କ ବିରୋଧରେ ୧୫ ଟି ଆପରାଧିକ ମାମଲା ପଞ୍ଜିକୃତ ହୋଇଛି।
କଂଗ୍ରେସ ପ୍ରାର୍ଥୀ ପିସି ଶର୍ମା (ପ୍ରକାଶ ମଙ୍ଗିଲାଲ ଶର୍ମା) ଙ୍କ ବିରୋଧରେ ୧୪ ଟି ଆପରାଧିକ ମାମଲା ପଞ୍ଜିକୃତ ହୋଇଛି। କଂଗ୍ରେସର ଅନ୍ୟ ଜଣେ ପ୍ରାର୍ଥୀ ସୁନୀଲ ଶର୍ମା ତାଙ୍କ ଆଫିଡେଭିଟରେ କହିଛନ୍ତି ଯେ ତାଙ୍କ ବିରୋଧରେ ୧୨ଟି ଆପରାଧିକ ମାମଲା ପଞ୍ଜିକୃତ ହୋଇଛି। ତାଙ୍କ ବିରୋଧରେ ୧୨ ଟି ଅପରାଧିକ ମାମଲା ପଞ୍ଜିକୃତ ହୋଇଥିବା ବିଜେପି ପ୍ରାର୍ଥୀ ବିସାହୁ ଲାଲ ସିଂ ତାଙ୍କ ଆଫିଡେଭିଟରେ ଦର୍ଶାଇଛନ୍ତି।

Share